ଫ୍ଲିପ୍‌କାର୍ଟ ବିଗ୍‌ ଦୀପାବଳି ସେଲ୍‌

ନୂଆଦିଲ୍ଲୀ, ଅକ୍ଟୋବର ୧୪ : ବିଗ୍‌ ବିଲିୟନ୍‌ ଡେ’ ସେଲ୍‌ ପରେ ପାର୍ବଣ ଋତୁରେ ଗାହକଙ୍କୁ ଆକର୍ଷିତ କରିବା ପାଇଁ ଇ-କମର୍ସ କଂପାନୀ ’ଫ୍ଲପ୍‌କାର୍ଟ’ ଫ୍ଲିପ୍‌କାର୍ଟ ବିଗ୍‌ ଦୀପାବଳି ସେ୍‌ଲ ଆରମ୍ଭ କରିବାକୁ ଯାଉଛି। ଏହି ସେଲ୍‌ ମାଧ୍ୟମରେ କଂପାନୀ ଗ୍ରାହକମାନଙ୍କୁ କିଛି ଜିନିଷ ଉପରେ ୮୦ ପ୍ରତିଶତ ଯାଏଁ ରିହାତି ଦେବ। ମୋବାଇଲ, ସ୍ମାର୍ଟ ଟିଭି, ଟେବଲେଟ୍‌ ଆଦି ଜିନିଷ ଏହି ବର୍ଗରେ ରହିଛି। 

gpkandhamal

ଫ୍ଲପ୍‌କାର୍ଟ ବିଗ୍‌ ଦୀପାବଳି ସେଲ୍‌ ଅକ୍ଟୋବର ୧୭ ତାରିଖ ଠାରୁ ଆରମ୍ଭ ହେବ। ଓ ଏହା ଅକ୍ଟୋବର ୨୩ ଯାଏଁ ଜାରି ରହିବ। ଦିନକ ପୂର୍ବରୁ ଅର୍ଥାତ ଅକ୍ଟୋବର ୧୬ ତାରିଖ ଅପରାହ୍ନ ୧୨ଟରୁ ଫ୍ଲିପ୍‌କାର୍ଟ ପ୍ଲସ ସଦସ୍ୟଙ୍କ ପାଇଁ ସେଲ୍‌ ଆରମ୍ଭ ହେବ। ଏସ୍‌ବିଆଇ କ୍ରେଡିଟ୍‌ କାର୍ଡ ଓ ଇଏମ୍‌ଆଇ ଟ୍ରାଞ୍ଜେକଶନ ଉପରେ ୧୦ ପ୍ରତିଶତ ଇନଷ୍ଟେଟ ରିହାତି ମିଳିପାରିବ।  ଇଲେକଟ୍ରୋନିକ୍ସ ଓ ଏକ୍ସେସରୀଜ ଉପରେ ୮୦ ପ୍ରତିଶତ ରିହାତି ମିଳିବ। ଟପ ସେଲିଂ ପାୱାର ବ୍ୟାଙ୍କ ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ଟେବଲେଟ ଉପରେ ୪୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। 

Umasankar Adv
Leave A Reply

Your email address will not be published.