ମର୍ଣ୍ଣି ୱାର୍କ ଯାଉଥିବା ବେଳେ ମାଡିଗଲା ଅଜଣା ଗାଡି

ନୟାଗଡ, ଅକ୍ଟୋବର ୧୪ : ମର୍ଣ୍ଣି ୱାର୍କ ଯାଉଥିବା ବେଳେ ମାଡିଗଲା ଅଜଣା ଗାଡି । ଫଳରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ନୟାଗଡ ଜିଲ୍ଲା ନୂଆଗାଁ ଥାନା ସଂପଡାରେ । 

gpkandhamal

ମୃତକ ଦୁଇଜଣ ହେଲେ ସଂପଡା ଗାଁର ମାନସି ମାର୍ଥା ଏବଂ ଟିକିନା ପ୍ରଧାନ । ଗୁରୁତର ସୁରଳ ପରିଡାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ସଂପଡା ନିକଟରେ ଏମାନେ ସମସ୍ତେ ମର୍ଣ୍ଣି ୱାର୍କରେ ଯାଉଥିବା ବେଳେ କୌଣସି ଏକ ଅଜଣା ଗାଡି ଏମାନଙ୍କୁ ଧକ୍କା ଦେଇ ଚାଲିଯାଇଥିବା ଜଣାପଡିଛି । ମୃତାହତମାନଙ୍କୁ ସ୍ଥାନୀୟ ଲୋକମାନେ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ଜଣାପଡିବା ପରେ ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣା ଘଟିବା ପରେ ସେଠାରେ ଚାପା ଉତ୍ତେଜନା ଦେଖାଦେଇଛି ।

Umasankar Adv
Leave A Reply

Your email address will not be published.