ନରୱେ: ଧନୁ-ତୀର ଆକ୍ରମଣରେ ୫ ମୃତ

ଷ୍ଟକହୋମ୍‌, ଅକ୍ଟୋବର ୧୪ : ନରୱେର ରାଜଧାନୀ ସସ୍ଲୋ ନିକଟରେ ଜଣେ ବ୍ୟକ୍ତି ଧନୁ-ତୀରରେ ଆକ୍ରମଣ କରି ୫ ଜଣଙ୍କର ଜୀବନ ନେଇଛି। ଏହି ଆକ୍ରମଣ ଘଟଣାରେ ଏକାଧିକ ଲୋକ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛି। କେଙ୍ଗସବର୍ଗ ସହରର ପୋଲିସ ମୁଖ୍ୟ ଓଏୱିଡ ଆସ ବୁଧବାର ଗଣମାଧ୍ୟମକୁ କହିଛନ୍ତି ଯେ, ଆକ୍ରମଣରେ କିଛି ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟମାନେ ଆହତ ହୋଇଛନ୍ତି। 

gpkandhamal

ପୋଲିସ ଅଧିକାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଆକ୍ରମଣ ପାଇଁ ସନ୍ଦିଗ୍ଧ ବ୍ୟକ୍ତି ଧନୁ-ତୀରକୁ ବ୍ୟବହାର କରିଛି। ପୋଲିସ ଘଟଣାର ତଦନ୍ତ କରୁଛି ଯେ, ହତ୍ୟା ପାଇଁ ଅନ୍ୟ କୌଣସି ଅସ୍ତ୍ର ବ୍ୟବହାର କରାଯାଇଛି କି? ପୋଲିସ ଆକ୍ରମଣକାରୀକୁ ଗିରଫ କରିସାରିଛି। ପୋଲିସ ଜାଣିବାକୁ ପାଇଛି ଯେ, ସନ୍ଦିଗ୍ଧ ବ୍ୟକ୍ତି ଏକାକୀ ଏହି ହତ୍ୟା ପାଇଁ ଦାୟୀ ହୋଇଛି। 

Umasankar Adv
Leave A Reply

Your email address will not be published.