ଅବସର ଘୋଷଣା କରିପାରନ୍ତି ଧୋନି

ନୁଆଦିଲ୍ଲୀ, ଅକ୍ଟୋବର ୧୫ : ଚେନ୍ନାଇ ସୁପର କିଙ୍ଗ୍ସକୁ ନଅ ଥର ପାଇଁ ଆଇପିଏଲ୍ ଫାଇନାଲକୁ ନେଇ ଏମଏସ ଧୋନି ପ୍ରମାଣ କରିଛନ୍ତି ଯେ ସିଂହ କେବେ ପୁରୁଣା ହୁଏ ନାହିଁ ଏବଂ ଅସୁବିଧା ସମୟରେ ସେ ସବୁବେଳେ ଦଳ ପାଖରେ ଥାଆନ୍ତି। କ୍ୱାଲିଫାୟର -୧ ରେ ଦିଲ୍ଲୀ ରାଜଧାନୀ ବିପକ୍ଷରେ ବିଜୟ ସଟ୍ ସହିତ ମାହି ପୁଣି ଥରେ ନିଜକୁ ଟ୍ରଫିର ନିକଟତର କରିଥିଲେ। ଆଜି, ଏମଏସ ଧୋନି ଚତୁର୍ଥ ଥର ପାଇଁ ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ଚାମ୍ପିଅନ୍ କରିବାକୁ ଚେଷ୍ଟା କରିବେ । ଅବସର ପୂର୍ବରୁ ମାହି ନିଶ୍ଚିତ ଭାବରେ ତାଙ୍କ ଦଳକୁ ଏହି ଉପହାର ଦେବାକୁ ଚାହିଁବେ । ଯଦି ଶୁକ୍ରବାର ଦିନ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଚେନ୍ନାଇ ଜିତେ, ତେବେ ହଠାତ୍ ମହେନ୍ଦ୍ର ସିଂ ଧୋନି ତାଙ୍କ ଅବସର ଘୋଷଣା କରିପାରନ୍ତି । ଏହାକୁ ନେଇ ଏବେ ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ।

gpkandhamal

ସୂଚନାଯୋଗ୍ୟ ଯେ ଆସନ୍ତା ବର୍ଷ ଆଇପିଏଲ୍ ମେଗା ନିଲାମ ହେବାକୁ ଯାଉଛି, ପ୍ରଚଳିତ ନିୟମ ଅନୁଯାୟୀ, ପ୍ରତି ଫ୍ରାଞ୍ଚାଇଜ୍ ନିଲାମ ପୂର୍ବରୁ ୩ ଖେଳାଳିଙ୍କୁ ରଖିବାକୁ ଅନୁମତି ଦିଆଯିବ, ଯଦି ଏମଏସ ଧୋନି ଅବସର ନେବେ ନାହିଁ। ଏହା ବାବଦକୁ ଚେନ୍ନାଇକୁ ପୁନର୍ବାର ମାହିଙ୍କୁ ଅତି କମରେ ୧୫ କୋଟି ଦରମା ଦେବ,ଏହା ବଦଳରେ ଦଳରେ ଅନେକ ଯୁବ ଖେଳାଳି ଦଳରେ ଅନ୍ତର୍ଭୁକ୍ତ ହୋଇପାରିବେ । ନୂତନ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚିନ୍ତା କରି ଧୋନୀ ଏହି ନିଷ୍ପତି ନେଇ ପାରନ୍ତି ।  ପୁର୍ବରୁ ଧୋନି ତାଙ୍କର ଆଶ୍ଚର‌୍ୟ୍ୟଜନକ ନିଷ୍ପତ୍ତି ପାଇଁ ଜଣାଶୁଣା । ପୁର୍ବରୁ ଏହିପରି ସେ ଭାରତୀୟ ଟେଷ୍ଟ ଏବଂ ପରେ ସିମିତ ଉଭର ମୁକାବିଲାରୁ ଅବସର ନେଇଥିଲେ । ଯଦିଓ ମହେନ୍ଦ୍ର ସିଂ ଧୋନି ଜଣେ ଖେଳାଳି ଭାବରେ ଆଇପିଏଲକୁ ବିଦାୟ ଦିଅନ୍ତି, ତେବେ ସେ ଚେନ୍ନାଇ ସୁପର କିଙ୍ଗ୍ସର ହାତ ଛାଡିବେ ନାହିଁ। ଆସନ୍ତା ବର୍ଷ ମାହି ଏହି ଦଳର ନୂତନ ପରାମର୍ଶଦାତା କିମ୍ବା ପ୍ରଶିକ୍ଷକ ହୋଇପାରନ୍ତି ।

Umasankar Adv
Leave A Reply

Your email address will not be published.