ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ

ନୂଆଦିଲ୍ଲୀ, ଅକ୍ଟୋବର ୧୫ : ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ । ଏହାସହିତ ଟପ୍ପର ଲିଷ୍ଟ ମଧ୍ୟ ଜାରି କରାଯାଇଛି । ଆଇଆଇଟି ଦିଲ୍ଲୀର ମୃଦୁଲ ଅଗ୍ରୱାଲ ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି । ସେ ୩୬୦ ରୁ ୪୪୮ ନମ୍ବର ଅର୍ଥାତ ୯୬.୬୬ ପ୍ରତିଶତ ରଖି ଟପ୍ପର ହୋଇଛନ୍ତି । ୨୦୧୧ ପରେ ଜେଇଇ ଆଡଭାନ୍ସ ପରୀକ୍ଷାରେ କୌଣସି ଛାତ୍ର କରିଥିବା ଏପର୍ଯ୍ୟନ୍ତର ସର୍ବାଧିକ ସ୍କୋର ରହିଛି । ରାଜସ୍ଥାନ ମୃଦୁଲ ଜେଇଇ ମେନ୍ ପରୀକ୍ଷାରେ ୧୦୦ ପ୍ରତିଶତ ହାସଲ କରିଥିଲେ । 

gpkandhamal

ସେହିପରି ଝିଅଙ୍କ ଭିତରେ ଆଇଆଇଟି ଦିଲ୍ଲୀର କାବ୍ୟା ଟୋପ୍ରା ଟପ୍ କରିଛନ୍ତି । ସେ ୩୬୦ରୁ ୨୮୬ ନମ୍ବର ରଖିଛନ୍ତି । ଅନ୍ୟପଟେ ଓଡିଶାରୁ ଗୌତମ ଦାସ ଟପ୍ପର ହୋଇଛନ୍ତ । ସେ ୧୫୦ ରାଙ୍କ୍ ସହ ଓଡିଶାରୁ ଟପ୍ପର ହୋଇଛନ୍ତି ।  ସୂଚନା ଅନୁସାରେ, ଜେଇଇ ଆଡଭାନ ୨୦୨୧ର ପେପର ୧ ଓ ପେପର ୨ ଦୁଇଟିରେ ମୋଟ୍ ୧,୪୧,୬୯୯ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୦୨୧ ପାଇଁ ୪୧,୮୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

Umasankar Adv
Leave A Reply

Your email address will not be published.