ଦିବ୍ୟାଙ୍ଗ ଯୁବତୀ ଗଣ ଦୁଷ୍କର୍ମ ଘଟଣାରେ ଗିରଫ ହେଲେ ୮ ଅଭିଯୁକ୍ତ

ରାଉରକେଲା,ଅକ୍ଟୋବର ୧୫ : ଜଣେ ୧୯ ବର୍ଷର ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ୮ ଅଭିଯୁକ୍ତ ଗିରଫ ହୋଇଛନ୍ତି ।କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ରହିଛି । ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ହାତୀବାରି ଅଚଂଳରେ । ତେବେ ଗିରଫ ହୋଇଥିବା ସମସ୍ତଙ୍କୁ ପୋଲିସ୍ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।

gpkandhamal

ସୁଚନା ଅନୁସାରେ ଗୋଟିଏ ବର୍ଷ ହେଲା ଯୁବତୀଙ୍କୁ ଦୁଷ୍କର୍ମ କରାଯାଉଥିବା ନେଇ ହାତୀବାରି ଥାନାରେ ଅଭିଯୋଗ ହୋଇଥିଲା । ପରେ ଆକ୍ସନ୍ ମୋଡ଼୍‌କୁ ଆସିଥିଲା ପୋଲିସ୍ କିନ୍ତୁ କିଛି ଦିନ ଖୋଜାଖୋଜି ପରେ ଏହି ଘଟଣାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକ ପରେ ଅଭିଯୋଗ ଅନୁଯାୟୀ ଆଜି ୮ ଜଣଙ୍କୁ ସୁନ୍ଦରଗଡ଼ ହାତୀବାରି ପୋଲିସ ଗିରଫ କରିଛି । କିନ୍ତୁ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ଏବେବି ମାଷ୍ଟରପ୍ଲାନ୍ ଚଳାଇଛି । ।

Umasankar Adv
Leave A Reply

Your email address will not be published.