ବିଟ୍ରେନରେ ପୁଣି ମାତିଲା କରୋନା

ଲଣ୍ଡନ, ଅକ୍ଟୋବର ୧୫ : ବ୍ରିଟେନରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସେଠାରେ ୪୫୦୦୦ରୁ ଅଧିକ କରୋନା କେସ୍ ଥିବା ଜଣାପଡିଛି । ଏହାରି ଭିତରେ ଶିଶୁ ସଂକ୍ରମଣ ମାମଲା ମଧ୍ୟ ଅଧିକ ରହିଛି ଯାହାକି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଯାହାକି ଜୁଲାଇ ୨୦ ପରଠାରୁ ସର୍ବାଧିକ ଅଟେ । ଭୟାନକ କଥା ହେଉଛି ବ୍ରିଟେନରେ ସ୍କୁଲ ଖୋଲିବା ପରଠାରୁ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବ୍ରିଟେନର ପିଲାମାନେ ଟିକାକୁ ଧୀରେ ଧୀରେ ଗ୍ରହଣ କରୁଥିବା ବେଳେ ତଥାପି ଡାକ୍ତରଖାନାଗୁଡିକରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତଥାପି ଟିକା ଯୋଗୁଁ ପୂର୍ବ ଲହର ତୁଳନାରେ ଏହି ସଂଖ୍ୟା କମ୍ ଦେଖାଯାଏ । 

gpkandhamal

ଗତ ସପ୍ତାହରେ କରୋନା ଭାଇରସରୁ ମୃତ୍ୟୁ ସଂଖ୍ୟା ସ୍ତଇର ମଧ୍ୟ ରହିଥିବା ଜଣାପଡିଛି । ବ୍ରିଟେନରେ କରୋନା ମହାମାରୀରେ ଏଯାଏଁ ୧.୩୮ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ୟୁରୋପରେ ଋପ ପରେ ୨ୟ ନମ୍ବରରେ ରହିଛି । ଏପର୍ଯ୍ୟନ୍ତ ୮,୩୧୭,୪୩୯ କରୋନା ମାମଲା ରିପୋର୍ଟ ଆସିଛି ।

Umasankar Adv
Leave A Reply

Your email address will not be published.