ନିୟମ ଉଲଘଂନ କରିବାକରୁ ସ୍ପାଇସ୍‌ଜେଟ୍‌ର ଲାଇସେନ୍ସ ରଦ୍ଧ

ନୂଆଦିଲ୍ଲୀ : ଘରୋଇ ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍‌ଜେଟ୍ ଉପରେ ଏକ ମାସର ପ୍ରତିବନ୍ଧକ ଲଗାଇଲା ଡିଜିସିଏ । ନିୟମ ଉଲଘଂନ କରିଥିବାରୁ କମ୍ପାନୀ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୂସାରେ ସ୍ପାଇସ୍‌ଜେଟ୍ ବିମାନ ଦ୍ୱରା କିଛି ବିପଦଜ୍ନନକ ସାମଗ୍ରୀ ପରିବହନ କରାଯାଉଥିବାର ଜଣାପଡିଥିଲା । ଯାହା କରେ ଡିଜିସିଏ ୩୦ ଦିନ ପାଇଁ ସ୍ପାଇସଜେଟ୍ ର ଲାଇସେନ୍ସ ରଦ୍ଧ କରିଛି । ଏହି ସମୟ ମଧ୍ୟରେ ସ୍ପାଇସଜେଟ୍ ଲିଥିୟମ୍ ବ୍ୟାଟେରୀ ସମତେ ଅନ୍ୟ କୌଣସି ପ୍ରକାରର ମଧ୍‌ୟ ବିପଦଜ୍ନନକ ସାମଗ୍ରୀର ପରିବହନ କରିପାରିବ ନାହିଁ ।

gpkandhamal

ତେବେ ସ୍ପାଇସ୍‌ଜେଟ୍ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ଜଣେ ଯାତ୍ରୀ ନିଜ ଲଗେଜ୍ ରେ କିଛି ବିପଦଜ୍ଜନକ ସାମଗ୍ରୀ ନେଇ ଯାତ୍ରା କରୁଥିଲେ ମାତ୍ର ସେ ଏହାକୁ ଚେକିଙ୍ଗ କରାଇନଥିଲେ । ତଥା ଚେକିଙ୍ଗ ସମୟର ତୃଟିକୁ ନେଇ ସ୍ପାଇସ୍‌ଜେଟ୍ ଉପରେ ଏଭଳି ପ୍ରତିବନ୍ଧକ ଲଗାଯାଇଛି ।

Umasankar Adv
Leave A Reply

Your email address will not be published.