ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ବିଜ୍ଞପ୍ତି

ଭୁବନେଶ୍ୱର : ଦୀର୍ଘ ଦିନର ଅପେକ୍ଷା ପରେ ଆଜି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତିରେ ୧୨ ଜିଲ୍ଲାକୁ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ୪ ଟି ଜିଲ୍ଲାକୁ ପଛୁଆ ବର୍ଗ ମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।  ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ପାଇଁ ସଂରକ୍ଷିତ ଥିବା ଜିଲ୍ଲା – କଳାହାଣ୍ଡି, ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଗଂଜାମ, ଦେବଗଡ଼, ନୂଆପଡ଼ା ଓ ପୁରୀ । ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ଜିଲ୍ଲା- କେନ୍ଦୁଝର, ଖୋର୍ଦ୍ଧା, ଅନୁଗୋଳ ଓ ଗଜପତି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜ୍ଞପ୍ତିକୁ ନେଇ ଚୂଡାନ୍ତ ନିଷ୍ପତି ନିଆଯାଇନଥିବା ବେଳେ ଆସନ୍ତା ୨୫ ତାରିଖ ସୁଦ୍ଧା ସର୍ବସାଧାରଣ ଅଭିଯୋଗ ଆହ୍ୱାନ କରାଯାଇଛି ।

gpkandhamal

ଅଭିଯୋଗ ଗୁଡିକର ସମାଧାନ ହେବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜ୍ଞପ୍ତି ନେଇ ଚୂଡାନ୍ତି ନିଷ୍ପତି ନିଆଯିବ ବୋଲି ଜଣାପଡିଛି ।

Umasankar Adv
Leave A Reply

Your email address will not be published.