ପୁଣି ଖୁସି ଖବର ଦେଲେ ମାହି

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ରେ ଧୋନୀଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗ ଟ୍ରଫି ହାତେଇବା ପରେ ଏବେ ପୁଣି ଥରେ ଆଉ ଏକ ବଡ଼ ଖୁସି ଖବର ଦେଇ ନିଜ ଫ୍ୟାନ୍ସ ମାନଙ୍କୁ ଖୁସି କରିଛନ୍ତି ମାହି ସୂଚନା ଅନୂସାରେ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ବାପା ହେବାକୁ ଯାଉଛନ୍ତି । ୨ୟ ଥର ବାପା ହେବା ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଧୋନୀଙ୍କ ପତ୍ନୀ ବର୍ତ୍ତମାନ ୪ ମାସର ଗର୍ଭବତୀ ଅଛନ୍ତି ବୋଲି ସୂଚନା ମିଳିଛି । ଧୋନିଙ୍କ ଅତି ନିକଟତର ବନ୍ଧୁ ସୁରେଶ ରାଇନାଙ୍କ ପତ୍ନୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି ଯେ ସାକ୍ଷୀ ସିଂ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ଯାହାକୁ ନେଇ ଏବେ ଫ୍ୟାନ୍ସଙ୍କ ମଧ୍ୟରେ ପୁଣି ଥରେ ଉତ୍ସାହ ଦେଖିବାକୁ ମିଳିଛି ।

ଅନ୍ୟପଟେ ଏ ଯାଏଁ ଧୋନି କିମ୍ବା ସାକ୍ଷୀ ଏନେଇ କୌଣସି ସୂଚନା ଦେଇନଥିବା ବେଳେ ଆଇପିଏଲ ସମୟରେ ବିଭିନ୍ନ ଭିଡିଓ କ୍ଲିପ୍‌ରେ ସାକ୍ଷୀଙ୍କ ବେବି ବମ୍ପ୍ ବେଶ୍ ଫ୍ଲଣ୍ଟ କରୁଥିବାର ଦେଖିବାକୁ ମିଳିଥିଲା ।

Umasankar Adv
Leave A Reply

Your email address will not be published.