ବୁଡି ଗଲା ଡଙ୍ଗା ୪ ପ୍ରବାସୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ଅକ୍ଟୋବର ୧୬ : ଦକ୍ଷିଣ ସ୍ପେନର କାଡିଜ୍ ଅଞ୍ଚଳରେ ଏକ ଡଙ୍ଗା ବୁଡିଯାଇଛି । ଫଳରେ ୪ ଜଣ ପ୍ରବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ନିଖୋଜ ଅଛନ୍ତି । ସ୍ପେନର ଉଦ୍ଧାର ସେବା ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି ।  ତେବେ ବିଭାଗର ମୁଖପାତ୍ର କହିଛନ୍ତି ଯେ, ନିଖୋଜ ପ୍ରବାସୀମାନଙ୍କୁ ଖୋଜା ଚାଲିଛି । ଡଙ୍ଗାରେ ସମୁଦାୟ ୨୮ ପ୍ରବାସୀ ଥିଲେ । ସେଥିମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ୨୧ ଜଣ ନିଖୋଜ ଅଛନ୍ତି । ୨୧ ଜଣ ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି । 

gpkandhamal

ସେହିପରି ଜାତିସଂଘର ଶରଣାର୍ଥୀ ଏଜେନ୍ସି ଅନୁଯାୟୀ ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ୨୮,୯୮୨ରୁ ଅଧିକ ପ୍ରବାସୀ ସମୁଦ୍ର ଦେଇ ସ୍ପେନରେ ପହଞ୍ଚିଛନ୍ତି । ପୂର୍ବ ବର୍ଷ ତୁଳନାରେ ଏହି ସଂଖ୍ୟାରେ ପ୍ରବାସୀ ସଂଖ୍ୟା ୪୧ ପ୍ରତିଶତରୁ ଅଧିକ ଥିବା ଜଣାପଡିଛି ।

Umasankar Adv
Leave A Reply

Your email address will not be published.