୬ ବର୍ଷର ପୁଅକୁ ଜୀବନରୁ ମାରିଦେଲା ସାବତ ମାଆ

ନୂଆଦିଲ୍ଲୀ : ସମ୍ପର୍କକୁ ଭୁଲିଗଲା ମା । ୬ ବର୍ଷର ପୁଅକୁ ଜୀବନରୁ ମାରିଦେଲା ସାବତ ମାଆ । ଏଭଳି ଘଟଣା ଘଟିଛି ବ୍ରିଟେନରେ । ଜଣେ ସାବତ ସମସ୍ତ ସୀମା ଅତିକ୍ରମ କରି ଏକ ୬ ବର୍ଷର ନିରୀହ ଶିଶୁକୁ ପ୍ରାୟ ୮ ମାସ ଯାଏଁ ନିର୍ଯାତନ ଦେଇଥିଲେ । ତା ପରେ ତାଙ୍କୁ ସବୁ ଦିନ ପାଇଁଶେଷ କରିଦେଲେ । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ହତ୍ୟା ମାମଲା ରୁଜୁ କରିଛି । 

gpkandhamal

ସୂଚନା ଅନୁସାରେ, ପଶ୍ଚିମ ମିଡଲ୍ୟାଣ୍ଡରେ ରହୁଥିବା ୬ବର୍ଷିୟା ଆର୍ଥର ଲାବିଞ୍ଜୋ ତାର ସାବତ ମା ଏମା ଠଷ୍ଟିନ ଏବଂ ବାପା ଥୋମାସ ହ୍ୟୁଜ ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ଏମା ଜରୁରୀକାଳୀନ ସେବା ୯୯୯କୁ ଫୋନ କରି କହିଥିଲା ଯେ ତାଙ୍କ ପିଲା ନିଜକୁ ଆଘାତ ଦେଇଛି । ସେ ଅନେକ ଥର ତାର ମୁଣ୍ଡକୁ ମାଡ ମାରିଛି । ଫଳରେ ସେ ଅଚେତ ହୋଇପଡିଛି ।  ପରେ ପୋଲିସ ଏନେଇତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବାକୁ ମିଳିଥିଲା । ପରେ ଅଭିଯୁକ୍ତ ମା ଶିଶୁଟିକୁ ଆକ୍ରମଣ କରିଥିବା ସ୍ୱୀକାର କରିଥିଲେ ମଧ୍ୟ ହତ୍ୟାକୁ ଅସ୍ୱୀକାର କରିଥିଲା । ପରେ ଉଭୟ ବାପା ଓ ମା ହତ୍ୟା କରିଥିବା ପ୍ରମାଣିତ ମଧ୍ୟ ହୋଇଛି ।

Umasankar Adv
Leave A Reply

Your email address will not be published.