ପୁଣି ବଢିଲା ବସ୍ ଭଢା

ଭୁବନେଶ୍ୱର : ତୁରନ୍ତ ପ୍ରଭାବ ସହିତ ଶନିବାର ଦିନ ସମସ୍ତ ବର୍ଗରେ ବସ୍ ଭଡା ବୃଦ୍ଧିରେ ଓଡିଶା ବାଣିଜ୍ୟ ଓ ପରିବହନ ବିଭାଗ ସୂଚନା ଦେଇଛି। ରାଜ୍ୟ ବାଣିଜ୍ୟ ପରିବହନ ବିଭାଗ ଏକ ବିଜ୍ଞପ୍ତି ଜାରି କରି ଡିଜେଲ ଲିଟର ପିଛା ଡିଜେଲ ମୂଲ୍ୟ ବୃଦ୍ଧି ହେତୁ ବସ୍ ଭଡା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୧୬.୧୦.୨୦୨୧ ସୁଦ୍ଧା ଡିଜେଲ ଲିଟର ମୂଲ୍ୟ ପ୍ରତ୍ୟକ୍ଷ ୫ ଟଙ୍କା ଏବଂ ୬.୧୭ ସମନ୍ୱୟରେ (ପରିବହନକୁ ଅନ୍ତର୍ଭୁକ୍ତ କରି), ଓଡିଶା ରାଜ୍ୟ ମଧ୍ୟରେ ଚଳାଚଳ କରୁଥିବା ଟାଉନ୍ ବସ୍ ବ୍ୟତୀତ ଷ୍ଟେଜ୍ ଗାଡିଗୁଡିକର ଭଡା ବର୍ଦ୍ଧିତ ହାରରେ ସ୍ଥିର କରାଯିବ ଯାହା ନିମ୍ନରେ ଦିଆଯାଇଥିବା ସାରଣୀରେ ଉଲ୍ଲେଖ କରାଯାଇଛି ଯାହା ଅର୍ଡର ପ୍ରଦାନ ତାରିଖ ଠାରୁ କାର୍ଯ୍ୟକାରୀ ହେବ । ପରିବହନ ବିଭାଗ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଅନ୍ୟ ସମସ୍ତ ସର୍ତ୍ତ ବଳବତ୍ତର ରହିବ ।

gpkandhamal

ନିଷ୍ପତି ଅନୁଯାୟୀ ସାଧାରଣ ବସ୍ ଭଢା କିଲୋମିଟର ପିଛା ୮୯ ପଇସାରୁ ୯୨ ପାଇସା,ଏକ୍ସପ୍ରେସ୍ ୯୩ ପାଇସାରୁ ୯୬,ଡିଲକ୍ସ ୧୨୯ ପାଇସାରୁ ୧୩୫,ଏସି.ଡିଲକ୍ସରୁ ୧୫୭ ପଇସାରୁ ୧୬୩,ସୁପର ପ୍ରିମିୟମ ୨୪୪ ପଇସାରୁ ୨୫୩ ପଇସାକୁ ବୃଦ୍ଧୀ କରାଯାଇଛି ।

Umasankar Adv
Leave A Reply

Your email address will not be published.