ସମନ୍ ସତ୍ତ୍ୱେ ବି ହାଜର ହେଲେନି ଜ୍ୟାକଲିନ୍‌

ନୂଆଦିଲ୍ଲୀ : ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମନି ଲଣ୍ଡିରିଂ ମାମଲାରେ ତାଙ୍କ ନାଁ ଉଠିଛି । ଏନେଇ ଇଡିରେ ହାଜର ହେବାକୁ ଏବଂ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଜ୍ୟାକଲିନଙ୍କୁ କୁହାଯାଇଥିଲା । ହେଲେ ସମନ୍ ସତ୍ତ୍ୱେ ବି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ ଇଡିରେ ହାଜର ହେଲେନି । ମନି ଲଣ୍ଡରିଂ ମାମଲାରେ ଇଡିରେ ହାଜର ହେବା ନେଇ ଜ୍ୟାକଲିନଙ୍କୁ ସମନ ହୋଇଥିଲା । ମାତ୍ର ସେ ହାଜର ହୋଇନାହାନ୍ତି ।  ତେବେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା କାରଣ ଦର୍ଶାଇ ସେ ହାଜର ହୋଇନଥିବା ନେଇ ଜ୍ୟାକଲିନଙ୍କ ଆଇନଜୀବୀ ଇଡି ସମ୍ମୁଖରେ କହିଛନ୍ତି । ଏନେଇ ତାଙ୍କୁ ପୁଣି ଥରେ ହାଜର ହେବାକୁ କୁହାଯାଇଛି । ପୂର୍ବରୁ ମନି ଲଣ୍ଡିରିଂ ମାମଲାରେ ୨ ଥର ଇଡିରେ ହାଜର ହୋଇଥିଲା ଜ୍ୟାକଲିନ । ଅଗଷ୍ଟ ଓ ସେପ୍ଟେମ୍ବରରେ ସେ ହାଜର ହୋଇଥିବାବେଳେ ଇଡି ତାଙ୍କର ବୟାନ ରେକର୍ଡ କରିଥିଲା । 

gpkandhamal

ମାତ୍ର ଏଥର ସମନ ପରେ ବି ସେ ଇଡିରେ ହାଜର ହୋଇନାହାନ୍ତି । ମାତ୍ର ଖୁବଶୀଘ୍ର ସେ ଆଉ ଥରେ ସମନ ପରେ ସେ ହାଜର ହୋଇପାରନ୍ତି । ସେପଟେ ଏହି ମାମଲାରେ ଅଭିନେତ୍ରୀ ନୋରା ଫତେହିଙ୍କୁ ୪ ଘଣ୍ଟା ଯାଏଁପଚରାଉଚରା କରାଯାଇଥିଲା । ୨୦୦ କୋଟି ହେରଫେର ମାମଲାରେ ଏହି ଜେରା କରାଯାଉଛି । ବେଆଇନ ଭାବେ ଟଙ୍କାଙ୍କୁ ବିଦେଶରେ ବିନିଯୋଗ ହେଉଥିବା ଅଭିଯୋଗ ରହିଛି ।

Umasankar Adv
Leave A Reply

Your email address will not be published.