କେରଳ ବନ୍ୟାରେ ମୃତକଙ୍କ ସଂଖ୍ୟା ୨୨କୁ ବୃଦ୍ଧି

ନୂଆଦିଲ୍ଲୀ, ଅକ୍ଟୋବର ୧୮ : କେରଳରେ ପ୍ରବଲ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହୋଇଛି। ରବିବାର ସୁଦ୍ଧା ୨୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମାନଙ୍କ ମଧ୍ୟରେ ୧୩ ଜଣ କୋଟାୟମ ଜିଲ୍ଲାରୁ ହୋଇଥିବା ବେଳେ ୯ ଜଣ ହେଉଛନ୍ତି ଇଡ୍ଡୁକୀର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଭାରତୀୟ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସହାୟତା ଯୋଗାଇ ଦେବାକୁ କହିଛନ୍ତି। ବନ୍ୟା ପ୍ରଭାବିତ ଅଂଚଳରେ ଏନଡିଆରଏଫର ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

gpkandhamal

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ୨୧ଟି ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିପାରେ। ଅକ୍ଟୋବର ୧୮ରୁ ୨୦ ମଧ୍ୟରେ ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରାରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଅକ୍ଟୋବର ୧୮ରୁ ୨୧ ମଧ୍ୟରେ ଅରୁଣାଚଳପ୍ରଦେଶ, ଆସାମ ଓ ମେଘାଳୟରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହୁଛି।

Umasankar Adv
Leave A Reply

Your email address will not be published.