କଶ୍ମୀରରେ ବିହାର ଶ୍ରମିକଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କଲା ୟୁନାଇଟେଡ ଲିବରେଶନ ଫ୍ରଣ୍ଟ

ଶ୍ରୀନଗର, ଅକ୍ଟୋବର ୧୮ : ଜମୁ କଶ୍ମୀରରେ ଆତଙ୍କବାଦୀ ଲଗାତାର ଅଣକଶ୍ମୀର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ରବିବାର ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ବିହାର ମୂଳ ନିବାସୀ ଜଣେ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଲଶ୍କର ସଂଗଠନର ଫ୍ରଣ୍ଟଲ ଗୃପ ୟୁନାଇଟେଡ ଲିବରେଶନ ଫ୍ରଣ୍ଟ ନିଜକୁ ଦାୟୀ ବୋଲି କହିଛି। କେବଳ ଏତିକି ନୁହେଁ, ଆତଙ୍କବାଦୀମାନେ ଅଣକଶ୍ମୀର ଲୋକଙ୍କୁ ଘାଟି ଛାଡ଼ିବା ପାଇଁ ଧମକ ମଧ୍ୟ ଦେଇଛନ୍ତି। 

gpkandhamal

ଜମୁ କଶ୍ମୀରରେ ସେନାର ଅପରେଶନ ଅଲଆଉଟ ଦ୍ବାରା ଆତଙ୍କବାଦୀମାନେ ବିଚଳିତ ହୋଇ ଉଠିଛନ୍ତି। ଆତଙ୍କବାଦୀମାନେ ଲଗାତାର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି। ପ୍ରଥମେ ଜନସାଧାରଣଙ୍କୁ ଏବଂ ଏବେ ଅଣକଶ୍ମୀରବାସୀଙ୍କୁ ଟାର୍ଗେଟ କରୁଛନ୍ତି। ଶନିବାର ପୁଣି ଥରେ ଆତଙ୍କବାଦୀମାନେ ୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି। ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଯେଉଁ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା, ଯେଉଁମାନେ କି ପାକିସ୍ତାନର ସମର୍ଥକ ଅଥବା ଆତଙ୍କବାଦୀଙ୍କୁ ସମର୍ଥନ କରୁ ନଥିଲେ।  ଆତଙ୍କବାଦୀମାନେ ନିକଟରେ ଜଣେ ଗୁପଚୁପ ବିକାଳୀ, ଔଷଧ ଦୋକାନ ପରିଚାଳନା କରୁଥିବା କଶ୍ମୀର ପଣ୍ଡିତ, ସ୍କୁଲ ଶିକ୍ଷକ, କାଠ କାମ କରୁଥିବା ଜଣେ ବଢ଼େଇଙ୍କୁ ହତ୍ୟା କରିଥିଲେ। ସେହିପରି ଆତଙ୍କବାଦୀମାନେ ବିହାର ନିବାସୀ ଅରବିନ୍ଦ କୁମାରଙ୍କୁ ଗୁଳିକରି ହତ୍ୟା କରିଥିଲେ। ଅରବିନ୍ଦ ଗୁପଚୁପ ବିକ୍ରି କରି ନିଜର ପରିବାର ଚଳାଉଥିଲେ। କିଛି ଆତଙ୍କବାଦୀ ଅଚାନକ ପହଂଚି ତାଙ୍କୁ ଗୁଳିକରି ଥିଲେ। ତାଙ୍କ ପରିବାର ବିହାରର ବାଙ୍କାରେ ରହୁଥିଲେ। ବାପା, ମା’ଓ ୩ ଭାଇଙ୍କୁ ଛାଡ଼ି ସେ ଶ୍ରୀନଗରରେ କାମ କରିବାକୁ ଆସିଥିଲା। କିନ୍ତୁ ଆତଙ୍କବାଦୀମାନେ ଏହି ୨୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଥିଲେ।

Umasankar Adv
Leave A Reply

Your email address will not be published.