ପ୍ରଥମ ଥର ମୁମ୍ବାଇରେ କରୋନାଜନିତ ମୃତ୍ୟୁ ନାହିଁ

ମୁମ୍ବାଇ, ଅକ୍ଟୋବର ୧୮ : ମହାରାଷ୍ଟ୍ରର ମୁମ୍ବାଇରୁ କରୋନା ଭାଇରସ୍‌ ନେଇ ଭଲ ଖବର ଆସିଛି। ଏଠାରେ ବିଗତ ୨୪ ଘଣ୍ଟା ମଧ୍ୟରେ କୌଣସି ଲୋକଙ୍କର କରୋନାଜନିତ ମୃତ୍ୟୁ ହୋଇନାହିଁ। ଦୀର୍ଘ ଦେଢ଼ ବର୍ଷ ପରେ ପ୍ରଥମ ଥର ଏଭଳି ହୋଇଛି। ସୂଚନାଯୋଗ୍ୟ, ମୁମ୍ବାଇରେ କରୋନାର ପ୍ରଥମ ସଂକ୍ରମିତ ବ୍ୟକ୍ତି ୨୦୨୦ ମାର୍ଚ୍ଚରେ ଚିହ୍ନଟ ହୋଇଥିଲେ। ସେହି ମାସରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଥିଲା। କରୋନାର ୨ୟ ଲହର ମଧ୍ୟ ମୁମ୍ବାଇବାସୀଙ୍କର ବହୁତ ଧନଜୀବନ କ୍ଷତିକରିଥିଲା। ଏଠାରେ କରୋନାରେ ଏପର୍ଯ୍ୟନ୍ତ ୧୬ ହଜାର ୧୮୦ ଲୋକଙ୍କର ମୃତ୍ୟୁ ହୋଇସାରିଛି। 

gpkandhamal

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏବେ କରୋନାରୁ ସୁସ୍ଥତା ହାର ୯୭ ପ୍ରତିଶତ ପହଂଚିଛି। ଏଠାରେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୮ ହଜାର ୬୯୭ ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ଏଥିରୁ ୩୬୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ୫୧୮ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୁମ୍ବାଇରେ ୭ ଲକ୍ଷ ୫୦ ହଜାର ୮୦୮ ଜଣ ସଂକ୍ରମିତ ହୋଇଥିବା ବେଳେ ୭ ଲକ୍ଷ ୨୭ ହଜାର ୮୪ ଜଣ ସୁସ୍ଥ ହୋଇଛନ୍ତି।  ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୁମ୍ବାଇରେ ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗର ୯୭ ପ୍ରତିଶତ ଲୋକ କୋଭିଡ-୧୯ର ଅତିକମରେ ଗୋଟିଏ ଡୋଜ ଟୀକା ନେଇଛନ୍ତି। ୫୫ପ୍ରତିଶତ ଲୋକ ଉଭୟ ଡୋଜ ନେଇସାରିଛନ୍ତି। 

Umasankar Adv
Leave A Reply

Your email address will not be published.