ଇଂଲଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆର ପ୍ରଥମ ୱାର୍ମ-ଅପ୍‌ ମ୍ୟାଚ୍‌ ଆଜି

ନୂଆଦିଲ୍ଲୀ, ଅକ୍ଟୋବର ୧୮ : ମିଶନ ଟି-୨୦ ବିଶ୍ବକପ୍‌ ଲାଗି ଟିମ୍‌ ଇଣ୍ଡିଆ ନିଜକୁ ପ୍ରସ୍ତୁତ କରିଛି। ସୋମବାର ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ପ୍ରଥମ ୱାର୍ମ-ଅପ୍‌ ମ୍ୟାଚ ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଅଭ୍ୟାସ ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ମେଣ୍ଟର ଭାବରେ ଏହି ଅଭ୍ୟାସ ଅଧିବେଶନ ସମୟରେ ଉପସ୍ଥିତ ଥିଲେ।  ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଟିମ୍‌ ଇଣ୍ଡିଆର ଅଭ୍ୟାସ ଅଧିବେଶନ ସଂପର୍କରେ ସେୟାର କରାଯାଇଛି। ମେଣ୍ଟର ଏମ୍‌ଏସ୍‌ ଧୋନୀ, ମୁଖ୍ୟ କୋଚ ରବି ଶାସ୍ତ୍ରୀ, ବ୍ୟାଟିଂ କୋଚ ବିକ୍ରମ ରାଠୋର, ଫିଲ୍ଡିଂଗ କୋଚ ଏସ୍‌ ଶ୍ରୀଧରଙ୍କ ସମେତ କଥାବାର୍ତ୍ତା ହୋଇଥିଲେ। ଫଟୋକୁ ଦେଖି ଲାଗୁଛି ଯେ, ବ୍ୟାଟିଂକୁ ନେଇ ଚର୍ଚ୍ଚା ହୋଇଛି। 

gpkandhamal

ସୂଚନାଯୋଗ୍ୟ, ଭାରତର ପ୍ରଥମ ୱାର୍ମ-ଅପ୍‌ ମ୍ୟାଚ ଭାରତୀୟ ସମୟ ଅନୁସାରେ ଆଜି ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ଭାରତକୁ ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଏକ ୱାର୍ମ-ଅପ ମ୍ୟାଚ ଖେଳିବାର ଅଛି। ଟି-୨୦ ବିଶ୍ବକପରେ ଭାରତ ଓ ପାକିସ୍ତାନ ଅକ୍ଟୋବର ୨୪ରେ ମୁହାଁମୁହିଁ ହେବେ। ଭାରତକୁ ସୁପର-୧୨ ଷ୍ଟେଜରେ ମୋଟ ୫ଟି ମ୍ୟାଚ ଖେଳିବାର ଅଛି। ପାକିସ୍ତାନ ବ୍ୟତୀତ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ସହ ମ୍ୟାଚ ହେବ। ଅନ୍ୟ ୨ଟି ଟିମ ରାଉଣ୍ଡ-୧ ପରେ ହେବ। 

Umasankar Adv
Leave A Reply

Your email address will not be published.