ଭାରତରେ ୨୪ ଘଣ୍ଟାରେ ୧୪,୨୮୯ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ, ଅକ୍ଟୋବର ୧୮ : କରୋନା ଭାଇରସ ମହମାରୀ ଭାରତରେ ଲଗାତାର ହ୍ରାସ ପାଇବାରେ ଲାଗିଛି। ବିଗତ ଏକ ସପ୍ତାହରେ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ହଜାର ୨୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୯ ହଜାର ୫୭୮ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୧୬୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଦେଶରେ ୨୪ ଘଣ୍ଟା ପୂର୍ବରୁ ୧୪ ହଜାର ୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ହଜାର ୭୮୫ ଜଣ ସୁସ୍ଥ ହୋଇଥିଲେ। ମୃତ୍ୟୁ ସଂଖ୍ୟା ରହିଛି ୧୪୬ରେ। 

gpkandhamal

କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟରର ତଥ୍ୟ ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୪୦ ଲକ୍ଷ  ୮୧ ହଜାର ୪୯ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୩ କୋଟି ୩୪ ଲକ୍ଷ ୩୧ ହଜାର ୭୧୬ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ୪ ଲକ୍ଷ ୫୨ ହଜାର ୩୨୧ ଲୋକ କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଏବେ ୧ ଲକ୍ଷ ୯୭ ହଜାର ୧୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ ଭାରତ ସରକାରଙ୍କ ଦ୍ବାରା ଦୈନିକ କରୋନା ରିପୋର୍ଟ ଜାରି ହେବା ପରେ ଦେଶର ପ୍ରକୃତ ସଂକ୍ରମଣ ତଥ୍ୟ ଜଣାପଡ଼ିବ।      

Umasankar Adv
Leave A Reply

Your email address will not be published.