ଜାତିଗତ ମନ୍ତବ୍ୟ ମାମଲାରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଗିରଫ ମିଳିଲା ଜାମିନ

ନୂଆଦିଲ୍ଲୀ, ଅକ୍ଟୋବର ୧୮ : ଅନୁସୂଚିତ ଜାତିକୁ ନେଇ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ବୋ ଅଭିଯୋଗରେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଯୁବରାଜ ସିଂହକୁ ହରିଆଣା ପୋଲିସ ଗିରଫ କରିଛି। ମାତ୍ର କିଛି ସମୟ ପରେ ଯୁବରାଜଙ୍କୁ ଅନ୍ତରୀଣ ଜାମିନ ମଧ୍ୟ ମିଳିଛି। ସୂଚନାଯୋଗ୍ୟ ଯୁବରାଜ ସିଂହ ଗତବର୍ଷ କୋଭିଡ-୧୯ ପାଇଁ ହୋଇଥିବା ଲକ୍‌ଡାଉନ୍‌ ସମୟରେ ଇନଷ୍ଟାଗ୍ରାମରେ କ୍ରିକେଟର ରୋହିତ ଶର୍ମାଙ୍କ ସହିତ ଆଲୋଚନା କରୁଥିଲେ। ଏହି ସମୟରେ ସେ ଯୁଜବେନ୍ଦ୍ର ଚହଲଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିଲେ। ଏହା ପରେ ଯୁବରାଜଙ୍କ ବିରୋଧରେ ଏସ୍‌ସି/ଏସ୍‌ଟି ଧାରାରେ ମାମଲା ରୁଜୁ ହୋଇଥିଲା। 

gpkandhamal

ଯୁବରାଜ ସିଂହଙ୍କ ଗିରଫ ମାମଲାକୁ ପୋଲିସ ଆରମ୍ଭରୁ ଗୁପ୍ତ ରଖିଥିଲା। ତାଙ୍କୁ ଶନିବାର ହରିଆଣାର ହାଂସୀ ପୋଲିସ ଗିରଫ କରି ତଦନ୍ତରେ ସାମିଲ କରିଥିଲା। ଏହା ପରେ ତାଙ୍କୁ ଗିରଫ କରିବା ନେଇ ରବିବାର ବିଳମ୍ବିତ ରାତିରେ ଜଣାପଡ଼ିଥିଲା। ପୋଲିସ ଯୁବରାଜଙ୍କୁ ହିସାରସ୍ଥିତ ପୋଲିସ ବିଭାଗର ଗେଜେଟେଡ ଅଧିକାରୀ ମେସ୍‌ରେ ବସାଇ ପଚରାଉଚରା କରିଥିଲା ଏବଂ ମାମଲା ସହିତ ଜଡ଼ିତ ପ୍ରଶ୍ନ-ଉତ୍ତର କରିଥିଲା। ପରେ ହାଇକୋର୍ଟର ନିର୍ଦ୍ଦେଶାନୁସାର ଯୁବରାଜଙ୍କୁ ଔପଚାରିକ ଭାବେ ଛାଡ଼ି ଦିଆଯାଇଥିଲା। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଯୁବରାଜ ସିଂହ ନିଜେ ଦେଇଥିବା ବୟାନକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ସେ ଟୁଇଟରରେ ଲେଖିଥିଲେ ଯେ, ଏହା ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ, ମୋର ଭେଦଭାବରେ ବିଶ୍ବାସ ନାହିଁ। ମୋର ଜୀବନକୁ ଲୋକଙ୍କ କଲ୍ୟାଣ ପାଇଁ ବ୍ୟବହାର କରିଛି। ଆଗାମୀ ଦିନରେ ମଧ୍ୟ ଏହି କାମ ଜାରି ରଖିବି। ମୁଁ ବନ୍ଧୁଙ୍କ ସହିତ ହୋଇଥିବା କଥାବାର୍ତ୍ତାକୁ ଭୁଲ ଭାବରେ ଗ୍ରହଣ କରାଯାଇଛି। ତଥାପି ଯଦି ମୋର କଥା କହାରି ପ୍ରତି ଆଘାତ ଆଣିଥିଲେ, ଦୁଃଖ ପ୍ରକାଶ କରୁଛି।

Umasankar Adv
Leave A Reply

Your email address will not be published.