ଇସ୍ରାଏଲରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ଦେଶୀ ଶୈଳୀରେ ସ୍ବାଗତ

ନୂଆଦିଲ୍ଲୀ, ଅକ୍ଟୋବର ୧୯ : ନିଜର ୩ ଦିବସୀୟ ଗସ୍ତରେ ଇସ୍ରାଏଲ ପହଂଚିଥିବା ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସେହି ସମୟରେ ଭାବୁକ ହୋଇଯାଇଥିଲେ, ଯେତେବେଳେ ସେଠାରେ ବଲିଉଡର ଗୀତ ଶୁଣିବାକୁ ପାଇଲେ। ଅସଲ କଥା ହେଲା ଯେ, ଜୟଶଙ୍କର ଓ ତାଙ୍କ ସାଥୀରେ ଉପସ୍ଥିତ ପ୍ରତିନିଧି ମଣ୍ଡଳର ସ୍ବାଗତ ସମୟରେ ଯେରୁସେଲମର ସେଣ୍ଟର ଫର ପର୍ସନ୍ସ ୱିଥ ଡିସଏବିଲିଟଜରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେହି ସମୟରେ ଜଣେ ସ୍ଥାନୀୟ ଝିଅ ବଲିଉଡ ଗୀତ ଶୁଣାଇ ବିଦେଶମନ୍ତ୍ରୀଙ୍କୁ ସରପ୍ରାଇଜ ଦେଇଥିଲେ। ସୂଚନାଯୋଗ୍ୟ ଯେ, ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ଏହା ହେଉଛି ପ୍ରଥମ ଇସ୍ରାଏଲ ଗସ୍ତ। 

gpkandhamal

ବିନାଇ ମିନାଶେ ସଂପ୍ରଦାୟର ଭାରତୀୟ ମୂଳ ନିବାସୀ ନେତ୍ରହୀନ ୟହୁଦୀ ଝିଅ ଦୀନା ସମତେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ସ୍ବାଗତ କରିବାକୁ ଯାଇ ହିନ୍ଦୀ ଫିଲ୍ମ ‘କଲ୍‌ ହୋ ହୋ’ର ଲୋକପ୍ରିୟ ଗୀତ ଶୁଣାଇଥିଲେ। ତାଙ୍କର ଗୀତ ଶୁଣି କାର୍ଯ୍ୟକ୍ରମରେ ଉପସ୍ଥିତ ଅନେକ ଲୋକ ଭାବୁକ ହୋଇଯାଇଥିଲେ। 

Umasankar Adv
Leave A Reply

Your email address will not be published.