୨.୫ କୋଟି ମୁଲ୍ୟର ବ୍ରାଉନସୁଗାର ଜବତ

ଭୁବନେଶ୍ୱର, ଅକ୍ଟୋବର ୧୯ : ନିଶାଦ୍ରବ୍ୟର ଗଡ ପାଲଟିଛି ଜଳେଶ୍ୱର । ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢାଉରେ ଆଜି ୨.୫ କୋଟିର ବ୍ରାଉନସୁଗାର ଜବତ ହୋଇଛି ।ଏକ ଘରେ ଚଢାଉ ବେଳେ ୨ କେଜି ୪୦୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ ହୋଇଛି ।ଏହି ଚଢାଉ ସମୟରେ ୨ ଜଣ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକଙ୍କୁ ପୋଲିସ ଗିରଫ କରିଛି । ଜଲେଶ୍ୱର ଥାନା ଝାଡେଶ୍ୱରରେ ଚଢାଉ ସମୟରେ ପୋଲିସକୁ ମିଳିଛି ଏହି ସଫଳତା । ଏହି ମାମଲାରେ ହେପାଜତରେ ମୁଖ୍‌ତାର ଅଲ୍ଲୀ ଖାନ, ତାଙ୍କ ସ୍ଥ୍ରୀ ଏବଂ ତାଙ୍କ ଶାସୂଙ୍କ ସହିତ ତାଙ୍କ ଘରେ କର୍ଯ୍ୟ କରୁଥିବା ଦୁଇ ଜଣଙ୍କୁ ମିଶାଇ ମୋଟ ୫ ଜଣଙ୍କୁ ପୋଲିସ ଅଟକ ରଖିଛି । ତେବେ ଏମାନଙ୍କ ମଧ୍ୟରୁ ପୋଲିସ ୩ ଜଣଙ୍କ ନାମରେ କେସ୍ ଫାଇଲ କରିବ ବୋଲି ସୂଚନା ମିଳିଛି । ତେବେ ପୋଲିସ ଦ୍ୱାରା ଅଟକ ହେବା ପରେ ମୁଖ୍‌ତାର ଅଲ୍ଲୀ ଖାନ ଜବତ ହୋଇଥିବା ବ୍ରାଉନସୁଗାର ବିଷୟରେ ସେ କିଛି ଜାଣି ନଥିବା କହିଛନ୍ତି । ତେବେ ଅବକାରୀ ବିଭାଗ ପକ୍ଷରୁ ଏ ବିଷୟରେ କୌଣସି ପ୍ରତିକ୍ରୟା ମିଳିପାରି ନାହିଁ । 

gpkandhamal

ତେବେ ଡାଇମଣ୍ଡ ହୋଟେଲ ନିକଟରେ ଭୁବନେଶ୍ୱରୁ କିଛି ଲୋକ ଆସି ଡିଲ କରୁଥିବାବେଳେ ଅବକାରୀ ବିଭାଗ ଓ ପୋଲିସ ମିଳିତ ଚଢାଉରେ ଏହି ସପଳତା ମିଳିଛି । ଏତେ ପରିମାଣର ବ୍ରାଉନସୁଗାର ପଶ୍ଚିମବଙ୍ଗର ଲାଲଗୁଲାରୁ ଆସିଥିବା ସୁଚନା ମିଳିଛି । ପୂଜା ବଜାର ସାଙ୍ଗକୁ ଆଗାକୁ କାଳୀ ପୂଜାକୁ ଲକ୍ଷ୍ୟ କରି ବେପାରି ମାନେ ସକ୍ରୀୟ ହୋଇ ଉଠିଛନ୍ତି । ପ୍ରତିଥର ବଳି ଏଥର ମଧ୍ୟ ପଶ୍ଚିବଙ୍ଗରୁ ବିପୁଳ ପରିମାଣର ବ୍ରାଉନସୁଗାର ଆସି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯୋଗାଣ କରିବାର ଲକ୍ଷ୍ୟ ଥିଲା ।

Umasankar Adv
Leave A Reply

Your email address will not be published.