ଦିଲ୍ଳୀରେ ବର୍ଷାର ରେକର୍ଡ

ନୂଆଦିଲ୍ଲୀ/ଡେରାଡୁନ, ଅକ୍ଟୋବର ୧୯ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅକ୍ଟୋବରରେ ହୋଇଥିବା ବର୍ଷା ୬୦ ବର୍ଷର ରେକର୍ଡ ଅତିକ୍ରମ କରିଛି। ୧୯୬୦ ମସିହା ପରେ ଦିଲ୍ଲୀରେ ଚଳିତ ମାସ ଭଳି ବର୍ଷା ହୋଇ ନଥିଲା। କିନ୍ତୁ ଏଥର ୯୩.୪ ମିମି ବର୍ଷା ରେକର୍ଡ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ୧୯୧୦ ଅକ୍ଟୋବରରେ ଦିଲ୍ଲୀରେ ୧୮୫.୯ ମିମି ବର୍ଷା ରେକର୍ଡ କରାଯାଇଥିଲା। ୧୯୫୪ରେ ୨୩୮.୨ମିମି, ୧୯୫୬ରେ ୨୩୬.୨ ଓ ୧୯୬୦ରେ ୯୩.୪ମିମି ବର୍ଷା ରେକର୍ଡ କରାଯାଇଥିଲା। ସେହିପରି ୨୦୦୪ ଅକ୍ଟୋବରରେ ୮୯ମିମି ବର୍ଷା ହୋଇଥିଲା।

gpkandhamal

ଉତ୍ତରାଖଣ୍ଡ ସରକାର ସୋମବାର ୨ୟ ଦିନରେ ଚାରିଧାମ ଯାତ୍ରା ସ୍ଥଗିତ ରଖିଛନ୍ତି। ରାଜ୍ୟରେ ଲଗାତାର ଭାବରେ ପ୍ରବଳ ବର୍ଷା ଜାରି ରହିଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି।  ଜାତୀୟ ଗଣମାଧ୍ୟମର ରି‌ପୋର୍ଟ ନଅୁସାରେ ବର୍ଷା ଯୋଗୁଁ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ୩ ଜଣ ନେପାଳି ଶ୍ରମିକ ମଧ୍ୟ ଅଛନ୍ତି। ୨ ଜଣ ଲୋକ ଆହତ ହୋଇଛନ୍ତି। ରାଜ୍ୟରେ ପ୍ରବଳ ବର୍ଷା ହେଉଥିବାରୁ ଲୋକଙ୍କୁ ଚାରିଧାମ ଯାତ୍ରା ବର୍ତ୍ତମାନ ପରିପ୍ରେକ୍ଷୀରେ ନକିରବାକୁ ସରକାର ଅପିଲ କରିଛନ୍ତି। 

Umasankar Adv
Leave A Reply

Your email address will not be published.