ବର୍ଷାରେ ଥରଥର ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡ, ଅକ୍ଟୋବର ୨୦ : ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ଜଳପ୍ରଳୟର ବିଭୀଷିକା ଅସ୍ତବ୍ୟସ୍ତ କରିପକାଇଛି । ବାଦଳ ଫାଟିବା ଏବଂ ଅଚାନକ ପାଣିଆସିବାରୁ ଅନେଖ ଅଞ୍ଚଳ ଛାରଖାର ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଜଳ ପ୍ରଳୟ ଯୋଗୁଁ ସରକାରୀ ହିସାବରେ ପ୍ରାୟ ୪୬ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସରକାର ।  ନୈନିତାଲ ଏବଂ ଅନ୍ୟ ସ୍ଥାନମାନଙ୍କରେ ଏଭଳି ଅନେକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରାସ୍ତା ଏବଂ ପୋଲ ଉପର ଦେଇ ପାଣି ଯାଉଥିବା ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ରେଳ ଧାରଣାଗୁଡିକରେ ମଧ୍ୟ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାଜ୍ୟରେ ହୋଇଥିବା ପ୍ରବଳ ବର୍ଷା ବିତ୍ପାତକୁ ନେଇ ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହିତ ସେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ୪୬ ଜଣଙ୍କ ମୃତ୍ୟୁ ହେବାର ଖବର ରହିଛି । 

gpkandhamal

ସେହିପରି ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହିତ ଯେଉଁମାନଙ୍କର ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ୧.୯ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇଦେବାକୁ ଘୋଷଣା ହୋଇଛି । ତେବେ ଲଗାଣ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ରିପୋର୍ଟ ହୋଇଛି ।

Umasankar Adv
Leave A Reply

Your email address will not be published.