ପାକିସ୍ତାନରେ ଅର୍ନର କିଲିଙ୍ଗ

ଇସଲାମାବାଦ, ଅକ୍ଟୋବର ୨୦ : ପାକିସ୍ତାନରେ ଅର୍ନର କିଲିଙ୍ଗର ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଲୋକ ନିଜ ଝିଅର ବିବାହକୁ ନେଇ ଏତେ ପରିମାଣରେ ଅମଙ୍ଗ ହୋଇଛି ଯେ, ପରିବାରର ୭ ଜଣଙ୍କୁ ଜୀଅନ୍ତା ଜାଳିଦେଇଛି। କାରଣ ଥିଲା ଝିଅ ନିଜ ପସନ୍ଦର ଯୁବକଙ୍କୁ ବିବାହ କରିଥିଲା। ଏହାକୁ ନେଇ ରାକ୍ଷସ ରୂପୀ ପିତା ରାଗରେ ଜର୍ଜରିତ ହୋଇଯାଇଥିଲା। ନିଜର ୨ ଝିଅ ଓ ୪ ନାତି-ନାତୁଣୀଙ୍କ ସମେତ ମୋଟ ୭ ଜଣଙ୍କୁ ଜୀଅନ୍ତା ଜାଳି ଦେଇଥିଲା।  ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଭିଯୁକ୍ତ ମଞ୍ଜୁର ହୁସେନ ପାକିସ୍ତାନର ପଂଜାବ ରାଜ୍ୟର ମୁଜଫରଗଡ଼ ଜିଲ୍ଲାରେ ରହୁଛି। ତାର ଝିଅ ଫୌଜିଆ ବିବି ନିଜର ପରିବାର ସହିତ ରହୁଥିଲେ। ବିବି, ତାଙ୍କର ଭଉଣୀ, ନବଜାତ ଶିଶୁପୁତ୍ର ଓ ୩ ନାବାଳିକା-ନାବାଳକଙ୍କ ନିଆଁରେ ପୋଡି ମୃତ୍ୟୁ ହୋଇଛି। ବିବିଙ୍କ ପତି ମହବୁବ ଅହମଦ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି। ସେ ଶ୍ବଶୁର ମଞ୍ଜୁର ହୁସେନ ଓ ତାଙ୍କର ପୁଅ ସାବିର ହୁସେନ ବିରୋଧରେ ପୋଲିସ ଥାନାରେ ଏତଲା ଦେଇଛନ୍ତି। 

gpkandhamal

ମହବୁବ ଅହମଦ ପୋଲିସକୁ କହିଛନ୍ତି ଯେ, ସେ ବ୍ୟବସାୟିକ କାରଣରୁ ମୁଲତାନରେ ଥିଲେ। ସେ ଯେତେବେଳେ ଘରକୁ ଫେରିଲେ ଘର ନିଆଁରେ ଜଳୁଥିଲା। ସେ ମଞ୍ଜୁର ହୁସେନ ଓ ସାବିର ହୁସେନଙ୍କୁ ଘଟଣାସ୍ଥଳରୁ ଫେରାର ହେଉଥିବା ଦେଖି‌ଥିଲେ। ପୋଲିସ ଅଧିକାରୀଙ୍କୁ ଅବଦୁଲ ମଜୀଦ କହିଛନ୍ତି ଯେ, ମାମଲା ପ୍ରେମ ବିବାହକୁ ନେଇ ୨ ପରିବାର ମଧ୍ୟରେ ଶତ୍ରୁତା ଥିଲା। ମହବୁବ ଅହମଦ ପୋଲିସକୁ କହିଛନ୍ତି ଯେ, ସେ ୨୦୨୦ରେ ପ୍ରେମ ବିବାହ କରିଥିଲେ। ଏଥିରେ ମଞ୍ଜୁର ହୁସେନ ଅମଙ୍ଗ ଥିଲେ। ସେ ଚାହୁଥିଲେ ଯେ, ନିଜର ପସନ୍ଦର ଯୁବକ ସହିତ ବିବାହ କରୁ। ଅହମଦ ଏହାକୁ ଅର୍ନର କିଲିଂ ଦର୍ଶାଇଛନ୍ତି।

Umasankar Adv
Leave A Reply

Your email address will not be published.