ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ କଲା ପୋଲିସ୍‌

କଳାହାଣ୍ଡି , ଅକ୍ଟୋବର ୨୦ : ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ କଲା ପୋଲିସ୍ । ଗୋବିନ୍ଦଙ୍କୁ ବଙ୍ଗୋମୁଣ୍ଡା ଏସଡ଼ିଜେଏମ୍ କୋର୍ଟକୁ ଚାଲାଣ କରିଛି ପୋଲିସ୍ । କିନ୍ତୁ ରିମାଣ୍ଡରେ ଆଣିବାକୁ ଅନୁମତି ମାଗିଛି ପୋଲିସ୍ । ତେବେ ଏହାରି ଭିତରେ ସବୁଠାରୁ ବଡ଼ ଖବର ହେଉଛି ମମିତାଙ୍କୁ ହତ୍ୟା କରିଥିବା ମାନିଛି ଗୋବିନ୍ଦ ସାହୁ ।  ମହାଲିଙ୍ଗ ମଷ୍ଟ୍ରି ଗୋବିନ୍ଦ ସାହୁ ଅପରାଧକୁ ସ୍ୱୀକାର କରିଥିବା ଜଣାପଡିଛି । ତେବେ ଜେରା ବେଳେ ପୋଲିସ ଆଗରେ ଗୋବିନ୍ଦ ସାହୁ ମାନିଥିବା ସୂଚନା ମିଳିଛି । ଗୋବିନ୍ଦ ସାହୁ ସମେତ ୪ ଜଣଙ୍କୁ ଅଟକ ରଖି ପୋଲିସ ଜେରା କରୁଛି ।

gpkandhamal

ପୋଲିସର ଘନଘନ ଜେରା ପରେ ଗୋବିନ୍ଦ ସତ ମାନିଥିବା ଜଣାପଡିଛି । ଗୋବିନ୍ଦଙ୍କ ସହଯୋଗୀ ରାଧେ, ଜେସିବି ଡ୍ରାଇଭର, ଷ୍ଟାଡିୟମ ମିନସି ଅଟକ ରହିଛନ୍ତି । 

Umasankar Adv
Leave A Reply

Your email address will not be published.