ହିମାଚଳ ପ୍ରଦେଶରେ ୧୭ ପର୍ଯ୍ୟଟକ ନିଖୋଜ

ଶିମଲା, ଅକ୍ଟୋବର ୨୧ : ହିମାଚଳ ପ୍ରଦେଶର କିନନୌର ଜିଲ୍ଲାରେ ୧୭ ଜଣ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପର୍ଯ୍ୟଟକମାନେ ଉତ୍ତରାଖଣ୍ଡର ଉତ୍ତରକାଶୀ ଉପକଣ୍ଠ ହର୍ଷିଲ ଅଂଚଳରୁ ଗତ ୧୪ ତାରିଖ ଦିନ ହିମାଚଳପ୍ରଦେଶର କିନନୌର ଜିଲ୍ଲା ଚିତକୁଲ ଅଭିମୁଖେ ବାହାରି ଥିଲେ। କିନ୍ତୁ ଗତ ୧୭ରୁ ୧୯ ମଧ୍ୟରେ ଦେଖାଯାଇଥିବା ବିପରୀତ ପାଗ ପରେ କୁଆଡ଼େ ନିଖୋଜ ହୋଇଯାଇଛନ୍ତି, ତାହା ଜଣାପଡ଼ି ନାହିଁ। 

gpkandhamal

ଅଧିକାରୀ ଜଣକ କହିଛନ୍ତି ଯେ, ଲମଖାଗା ଅଂଚଳରେ ପର୍ଯ୍ୟଟକମାନେ ନିଖୋଜ ହୋଇଯାଇଛନ୍ତି। ଏହି ଅଂଚଳକୁ କିନନୌର ଓ ହର୍ଷିଲକୁ ସଂଯୋଗ କରିଥାଏ। କିନନୌର ଡେପୁଟି କମିସନର ଅବିଦ ହୁସେନ ସିଦ୍ଦିକୀ କହିଛନ୍ତି, ପୋଲିସ ଓ ବନ ବିଭାଗର ଟିମ ସର୍ଚ୍ଚ ଅପରେଶନ ପାଇଁ ଘଟଣାସ୍ଥଳକୁ ଯାଇଛନ୍ତି। ଏଥି ସହିତ ଆଇଟବିପିର ଯବାନମାନେ ମଧ୍ୟ ସର୍ଚ୍ଚଅପରେଶନରେ ନିୟୋଜିତ ଅଛନ୍ତି। 

Umasankar Adv
Leave A Reply

Your email address will not be published.