ଏଣିକି ବିମାନ ଯାତ୍ରା ସମୟରେ କରିହେବ ଫୋନରେ କଥାବାର୍ତ୍ତା

ନୂଆଦିଲ୍ଲୀ, ଅକ୍ଟୋବର ୨୧ : ଆଗାମୀ ଦିନରେ ବିମାନରେ ଯାତ୍ରା ସମୟରେ ମୋବାଇଲକୁ ଫ୍ଲାଇଟ ମୋଡ କରିବାକୁ ପଡ଼ିବ ନାହିଁ। କାରଣ ଏଣିକି ଆପଣଙ୍କୁ ବିମାନରେ ମଧ୍ୟ ହାଇସ୍ପିଡ ଇଣ୍ଟରନେଟ ବ୍ୟବହାର ପାଇଁ ସୁବିଧା ମିଳିବ। ଅର୍ଥାତ ବିମାନରେ ବସି ଇ-ମେଲକୁ ନେଇ ଜରୁରୀ କାମ କରିପାରିବେ। କେବଳ ଏତିକି ନୁହେଁ, ବିମାନରେ ଯାତ୍ରା ସମୟରେ ମୋବାଇଲରେ କଥା ହୋଇପାରିବେ। 

gpkandhamal

ପବ୍ଲିକ ସେକ୍ଟର ଟେଲିକମ କଂପାନୀ ବିଏସଏନଏଲକୁ ଦେଶରେ ଇନମାରସେର ଗ୍ଲୋବାଲ ଏକ୍ସପ୍ରେସ ମୋବାଇଲ ବ୍ରଡବ୍ରାଣ୍ଡ ସର୍ଭିସ ଲାଗି ଲାଇସେନ୍ସ ମିଳିଛି। ଏହା ଦ୍ବାରା ଇନମାରସେଟ ଟର୍ମିନାଲ ବ୍ୟବହାର କରି ଏୟାରଲାଇନ ପାଇଁ ଉଡାନ ସମୟରେ ଓ ସମୁଦ୍ର ଜାହାଜକୁ ହାଇ ସ୍ପିଡ ନେଟର ସୁବିଧା ଦିଆଯାଇପାରିବ। ବ୍ରିଟେନର ମୋବାଇଲ କଂପାନୀ ଇନମାରସେଟର ମ୍ୟାନେଜମେଣ୍ଟ ନିର୍ଦ୍ଦେଶକ ଗୌତମ ଶର୍ମା କହିଛନ୍ତି ଯେ, ସ୍ପାଇଜେଟ ଓ ଶିପିଙ୍ଗ କର୍ପୋରେଶନ ଅଫ ଇଣ୍ଡିଆ ପ୍ରଥମରୁ ହିଁ ଜୀଏକ୍ସ ସର୍ଭିସ ପାଇଁ ଚୁକ୍ତି କରିସାରିଛନ୍ତି। ଏହା ଦ୍ବାରା ୫୦ଏମବିପିଏସର ସ୍ପିଡ ମିଳିବ। ଗୌତମ ଶର୍ମାଙ୍କ ଅନୁସାରେ ଜୀଏକ୍ସ ସେବାର ଆରମ୍ଭ ସହିତ ଇଣ୍ଡିଆନ ଡୋମେଷ୍ଟିକ ଏୟାରଲାଇନ ଓ ଅନ୍ତର୍ଜାତୀୟ ଏୟାରଲାଇନ୍ସ କଂପାନୀ ଦେଶର ଆକାଶୀୟ ସୀମା ଭିତରେ ଉଡାଣ ସମୟରେ ହାଇସ୍ପିଡ ନେଟ ସୁବିଧା ଦେଇପାରିବେ। ଇନମାରସେଟ ଦ୍ବାରା ଜାରି ବୟନାରେ ସ୍ପାଇସଜେଟ କହିଛି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ନୂଆ ବୋଇଂ ୭୩୭ ମ୍ୟାକ୍ସ ପ୍ଲେନ ଉପଲବ୍ଧ କରାଯିବା ସହିତ ଯାତ୍ରୀଙ୍କୁ ଆବଶ୍ୟକ ଯୋଗାଯୋଗ ସୁବିଧାଦେବାକୁ ପ୍ରସ୍ତୁତ ଅଛି। ବିଏସଏନଏଲ ମାଧ୍ୟମରେ ଭାରତୀୟ ଯାତ୍ରୀଙ୍କୁ ଏହି ସୁବିଧା ମିଳିପାରିବ।

Umasankar Adv
Leave A Reply

Your email address will not be published.