ଉତ୍ତରାଖଣ୍ଡ ପହଂଚିଲେ ଗୃହମନ୍ତ୍ରୀ ଅମିତ ଶାହା

ଡେରାଡୁନ, ଅକ୍ଟୋବର ୨୧ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡ ପହଂଚିଛନ୍ତି। ସେ ଜଲୀ ଗ୍ରାଣ୍ଟ ବିମାନବନ୍ଦରରେ ପହଚିଂବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ, ବିଜେପି ରାଜ୍ୟ ସଭାପତି ମଦନ କୌଶିକ, ରାଜ୍ୟସଭା ସାଂସଦ ନରେଶ ବଂସଲ, ରାଜ୍ୟସଭା ସାଂସଦ ଅନିଲ ବଲୁନୀ ଆଦି ତାଙ୍କର ସ୍ବାଗତ ଜଣାଇଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅମିତ ଶାହା ଆଜି ପୂର୍ବାହ୍ନ ୧୦ଟାରେ ହେଲିକପ୍ଟର ମାଧ୍ୟମରେ ବିପର୍ଯ୍ୟୟଗ୍ରସ୍ତ ଅଂଚଳରେ ସର୍ଭେ କରିବେ। ୨ ଘଣ୍ଟାର ସର୍ଭେ ପରେ ଅପରାହ୍ନ ୧୨ଟାରେ ଅଧିକାରୀଙ୍କ ସହିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ। ଅଧିକାରୀଙ୍କ ଠାରୁ ବିପର୍ଯ୍ୟୟ ସଂପର୍କିତ ତଥ୍ୟ ଉପରେ ଅବଗତ ହେବେ। 

gpkandhamal

ସୂଚନାଯୋଗ୍ୟ, ଚଳିତ ଅକ୍ଟୋବର ମାସରେ ଉତ୍ତାରଖଣ୍ଡରେ ୨ୟ ଥର ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ବିପର୍ଯ୍ୟୟ ଉପର ନଜର ରଖିଛନ୍ତି। ବିପର୍ଯ୍ୟୟରେ ପାଖାପାଖି ୫୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି।  

Umasankar Adv
Leave A Reply

Your email address will not be published.