ମନପସନ୍ଦର ସାର୍ଟ ସିଲେଇ ନ କରିବାରୁ ସ୍ତ୍ରୀର ଆତ୍ମହତ୍ୟା

କୋଟା, ଅକ୍ଟୋବର ୨୧ : ସ୍ବାମୀ ମନପସନ୍ଦର ସାର୍ଟ ସିଲେଇ ନ କରିବାରୁ ସ୍ତ୍ରୀ ଆତ୍ମହତ୍ୟା କରିଛି। ରାଜସ୍ଥାନର କୋଟା ସହରରେ ଏହି ଅଭାବନୀୟ ଘଟଣା ଘଟିଛି। ସାର୍ଟକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା। ଏହା ପରେ ସ୍ବାମୀ ଅଫିସ ଚାଲିଯାଇଥିଲେ। ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଦେଲେ। ଅଧ ଘଣ୍ଟା ପରେ ସ୍ବାମୀଙ୍କୁ ସୂଚନା ମିଳିଲା ଯେ, ତାଙ୍କର ସ୍ତ୍ରୀ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି। ଏହି ଖବର ଶୁଣିବା ପରେ ସ୍ବାମୀଙ୍କ ପାଦ ତଳୁ ମାଟି ଖସିଗଲା ଭଳି ଲାଗିଥିଲା। 

gpkandhamal

ମଧ୍ୟପ୍ରଦେଶର ମନ୍ଦସୌର ନିବାସୀ ଶୁଭମ ନିଜର ପତ୍ନୀଙ୍କ ସହିତ କୋଟାରେ ରହୁଛନ୍ତି। ସେ ୨୩ ବର୍ଷୀୟ ଅଞ୍ଜଳିଙ୍କୁ ୨ ବର୍ଷ ପୂର୍ବରୁ ବିବାହ କରିଥିଲେ। ଶୁଭମ ଏକ ଘରୋଇ କଂପାନୀରେ ଚାକିରୀ କରୁଥିଲେ। ସେ ନିକଟରେ ଏକ ସାର୍ଟ ତିଆରି କରିଥିଲେ, ଯାହାକି ପତ୍ନୀଙ୍କୁ ପସନ୍ଦ ଲାଗି ନଥିଲା। ବୁଧବାର ଶୁଭମ କିଛି ନଖାଇ ଅଫିସ ଚାଲିଯାଇଥିଲେ। ଅଞ୍ଜଳି ସ୍ବାମୀଙ୍କୁ ଫୋନ କରିଥିଲେ। କିନ୍ତୁ ଶୁଭମ ସନ୍ଧ୍ୟାରେ କଥା ହେବା ବୋଲି କହିଥିଲେ। କିନ୍ତୁ ଅଧ ଘଣ୍ଟା ପରେ ପଡୋଶୀଙ୍କ ଠାରୁ ଶୁଭମଙ୍କୁ ସୂଚନା ମିଳିଲା ଯେ, ଅଞ୍ଜଳି ଆତ୍ମହତ୍ୟ କରିଛି। ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

Umasankar Adv
Leave A Reply

Your email address will not be published.