୨୩ ତାରିଖ ମଧ୍ୟରେ ଓଡିଶାରୁ ବାହୁଡିବ ମୌସୁମୀ

ବଲାଙ୍ଗିର, ଅକ୍ଟୋବର ୨୧ : ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସରିବା ପାଇଁ ପାଗ ଅନୁକୁଳ ରହିଛି । ଆସନ୍ତା ୨୩ ତାରିଖ ମଧ୍ୟରେ ରାଜ୍ୟର ବାକି ଅଞ୍ଚଳରୁ ମୌସୂମି ବାୟୁ ପ୍ରତ୍ୟାବର୍ତନ କରିପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପୁର୍ବରୁ ଅଧା ଓଡିଶାରୁ ମୌଶୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରି ସାରିଛି ।  ତେବେ ଆଗାମୀ ୫ ଦିନ ପାଇଁ ପାଣିପାଗ କେନ୍ଦ୍ରର ପୁର୍ବାନୁମାନ ଅନୁଯାୟୀ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛିକିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇ ପାରେ । ତେବେ ଆସନ୍ତା କାଲି ରାଜ୍ୟରେ ବର୍ଷାର ପରିମାଣ ଆହୁରି କମ୍ ରହିବ । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଜଗତ୍‌ସିଂହପୁର, ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇପାରେ । 

gpkandhamal

ସେହିପରି ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆକଳନ କରାଯାଇଛି । ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଉତ୍ତର ଏବଂ ଦକ୍ଷିଣ ଓଡିଶାର କିଛିକିଛି ଅଞ୍ଚଳରେ ବିଜୁଳି ଘଡଘଡି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି ।

Umasankar Adv
Leave A Reply

Your email address will not be published.