ଭୋଜି ଖାଇ ୧୫୦ରୁ ଅଧିକ ଲୋକ ଅସୁସ୍ଥ

ପାଟଣା, ଅକ୍ଟୋବର ୨୧ : ବିହାରର ଶିବହରରେ ପଂଚାୟତ ନିର୍ବାଚନ ପାଇଁ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ସମୟରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ସମର୍ଥକମାନଙ୍କ ପାଇଁ ପ୍ରସ୍ତୁତି ହୋଇଥିବା ଭୋଜି ଖାଇ ୧୫୦ରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥମାନଙ୍କୁ ଶିବହର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକକାଳୀନ ଏତେ ସଂଖ୍ୟାରେ ଲୋକ ଅସୁସ୍ଥ ହୋଇପଡ଼ିବା ଦ୍ବାରା ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇବାରେ ମଧ୍ୟ ଅସୁବିଧା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସବୁକିଛି ଠିକଠାକ ଚାଲିଲା।  ହସ୍ପିଟାଲରେ ଏକକାଳୀନ ବହୁତ ସଂଖ୍ୟାରେ ରୋଗୀ ଆସିବା ଦ୍ବାରା ଗୋଟିଏ ବେଡରେ ୩ରୁ ୪ ଜଣ ରୋଗୀଙ୍କୁ ମଧ୍ୟ ଚିକିତ୍ସିତ ହେବାକୁ ପଡ଼ିଥିଲା। ପାର୍ଥୀପତ୍ର ଦାଖଲ ସମୟରେ ଭୋଜି ଖାଇଥିବା ଲୋକଙ୍କର ପ୍ରଥମେ ବାନ୍ତି ହୋଇଥିଲା। କିଛି ଲୋକଙ୍କର ମୁଣ୍ଡ ବୁଲାଇଥିଲା। ଖବର ଜଣାପଡ଼ିବା ପରେ ଅତିରିକ୍ତ ଜିଲ୍ଲାପାଳ ଶମ୍ଭୁ ଶରଣ, ଏସଡିଏମ ମହମ୍ମଦ ଇଶତ୍ୟାକ ଅଲି ଅନସାରୀ ସମେତ ଅନ୍ୟ ଅଧିକାରୀ ଘଟଣାସ୍ଥଳକୁ ପହଂଚିଥିଲେ। 

gpkandhamal

ନାମାଙ୍କନ ଦାଖଲ ଅବସରରେ ସମର୍ଥକଙ୍କ ପାଇଁ ଭୋଜିର ଆୟୋଜନ ହୋଇଥିଲା। ଲୋକଙ୍କୁ ଭାତ ସହିତ ମାଛ ଖାଇବାକୁ ଦିଆଯାଇଥିଲା। ସମସ୍ତେ ତାଜପୁର ପଂଚାୟତ ଲୋକ ଥିଲେ। 

Umasankar Adv
Leave A Reply

Your email address will not be published.