ବ୍ରିଟେନ୍‌ରୁ ପ୍ରତ୍ୟାର୍ପଣ ବିରୋଧରେ ନୀରବ ମୋଦୀର କୋର୍ଟରେ ଆବେଦନ

ଲଣ୍ଡନ, ଅକ୍ଟୋବର ୨୧ : ପଂଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ବ୍ରିଟେନରୁ ପ୍ରତ୍ୟାର୍ପଣ ବିରୋଧରେ କୋର୍ଟରେ ଆବେଦନ କରିଛି। ନୀରବ ମୋଦୀର ଏହି ଆବେଦନ ଉପରେ ଆସନ୍ତା ଡିସେମ୍ବର ୧୪ ତାରିଖରେ ଶୁଣାଣୀ ହେବ। 

୨୦୧୯ ମାର୍ଚ୍ଚ ୧୪ରେ ଗିରଫ ହେବା ପରେ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱେଣ୍ଡସୱର୍ଥ ଜେଲରେ କଡ଼ାସୁରକ୍ଷା ଭିତରେ ଥିବା ୫୦ ବର୍ଷୀୟ ନୀରବ ମୋଦୀକୁ ମେଣ୍ଟାଲ ସ୍ବାସ୍ଥ୍ୟ ଓ ମାନବାଧିକାର ଆଧାରରେ ୱେଷ୍ଟମିଷ୍ଟର ମାଜିଷ୍ଟ୍ରେଟ କୋର୍ଟର ପ୍ରତ୍ୟାର୍ପଣ ଆଦେଶ ବିରୋଧରେ ଅନୁମତି ଦିଆଯାଇଥିଲା। ହାଇକୋର୍ଟଙ୍କ ଜର୍ଜ ମାର୍ଟିନ ଚେମ୍ବରଲେନ ଅଗଷ୍ଟ ୯ ତାରିଖରେ ଫଇସଲା ଶୁଣାଇଥିଲେ ଯେ, ମୋଦୀଙ୍କ ଆଇନ ଟିମ ଦ୍ବାରା‌ ମୋଦୀର ଗମ୍ଭୀର ଚାପ ଓ ଆତ୍ମହତ୍ୟାର ହାଇ ରିକ୍ସ ସଂପର୍କରେ ଦିଆଯାଇଥିବା ତର୍କ ଶୁଣାଣୀ ପାଇଁ ଯଥେଷ୍ଟ। ହାଇକୋର୍ଟର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ମାମଲାରେ ଡିସେମ୍ବର ୧୪ରେ ଶୁଣାଣୀ ହେବ। 

Umasankar Adv
Leave A Reply

Your email address will not be published.