ଆଜି ପୂରା ହେବ ୧୦୦ କୋଟି କରୋନା ଟିକାକରଣ

ନୂଆଦିଲ୍ଲୀ, ଅକ୍ଟୋବର ୨୧ : କରୋନାକୁ ପରାସ୍ତ କରିବା ପାଇଁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଦେଶ ୧୦୦ କୋଟି ଅତିକ୍ରମ କରିବାକୁ ଯାଉଛି। ଗୁରୁବାର ଦେଶରେ କରୋନା ଟିକାକରଣ ୧୦୦ କୋଟି ଅତିକ୍ରମ କରିବ। ୧୦୦ କୋଟି ଡୋଜ ପୂରା କରିବା ନେଇ ସରକାର ଦିଲ୍ଲୀସ୍ଥିତ ରାମ ମନୋହର ଲୋହିଆରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି, ଯେଉଁଥିରେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ।  ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଆରଏମଏଲ ହସ୍ପିଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ମୋଦୀ ଦେଶବାସୀ ତଥା ସ୍ବାସ୍ଥ୍ୟକର୍ମୀଙ୍କୁ ସମ୍ବୋଧିତ କରିବେ। ୧୦୦ କୋଟି ଡୋଜ ଅତିକ୍ରମ ଅବସରରେ ସ୍ପାଇସଜେଟ ମଧ୍ୟ ଦିଲ୍ଲୀ ବିମାନବନ୍ଦରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରୁଛି।

gpkandhamal

ଏହାରି ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଲୋକଙ୍କୁ ଟିକା ନେବାକୁ ଅପିଲ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଯେଉଁ ଲୋକମାନେ ଟିକା ନେଇନାହାନ୍ତି, ସେମାନେ ତୁରନ୍ତ ନିଅନ୍ତୁ ଏବଂ ଦେଶର ସ୍ବର୍ଣ୍ଣିମ ମୂହୁର୍ତ୍ତରେ ସାମିଲ ହୁଅନ୍ତୁ।  ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ଦେଶରେ ଗତ ଜାନୁଆରୀ ୧୬ ତାରିଖରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କ‌ୋଭିଡ-୧୯ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୬୦ ଊର୍ଦ୍ଧ୍ବ ବୟସର ଲୋକ ଓ ବହୁବିଧ ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କୁ କୋଭିଡ ଟିକା ଦିଆଯାଇଥିଲା। ପର୍ଯ୍ୟାୟକ୍ରମେ ୧୮ ବର୍ଷରୁ ଊର୍ଦ୍ଧ୍ବ ଦେଶର ସମସ୍ତ ନାଗରିକଙ୍କୁ ଟିକା ଦିଆଗଲା। 

Umasankar Adv
Leave A Reply

Your email address will not be published.