ଆଜି ପୁଣି ଏନସିବି ଅଫିସ୍ ରେ ହାଜର ହେବେ ଅନନ୍ୟା ପାଣ୍ଡେ

ନୁଆଦିଲ୍ଲୀ, ଅକ୍ଟୋବର ୨୨ : ଆରୟନ୍‌ ଖାନଙ୍କ ମୁମ୍ବାଇ ଡ଼୍ରଗ୍ସ ପାର୍ଟି ମାମଲାରେ ବର୍ତ୍ତମାନ ସାମ୍ନାକୁ ଆସିଛନ୍ତି ଅନନ୍ୟା ପାଣ୍ଡେ । ଗତକାଲି ଏନସିବି ଏହି ମାମଲାରେ ଅନନ୍ୟାଙ୍କୁ ସମନ କରିଥିବା ସହ ପଚରାଉଚରା କରିବା ପାଇଁ ଅଫିସକୁ ମଧ୍ୟ ଡ଼କାଇଥିଲା । ୱାଟ୍ସ ଅପ୍ ଚାର୍ଟରେ ଅନନ୍ୟା ପାଣ୍ଡେ ଓ ଆରୟନ୍‌ ଖାନ ନିଶା କାରବାରକୁ ନେଇ ହୋଇଥିବା କଥାବର୍ତ୍ତା ଏନସିବି ହାତରେ ଲାଗିବା ପରେ ଏବେ ଫସିଯାଇଛନ୍ତି ଅଭିନେତ୍ରୀ ଜଣକ । ଗତକାଲି ମଧ୍ୟ ଏନସିବି ଅଫିସ୍ ରେ ପହଂଚି ଥିଲେ ଅନନ୍ୟା ପାଣ୍ଡେ଼ ଓ ତାଙ୍କ ବାପା ।

gpkandhamal

ଯାହାଫଳରେ ସମୀର ୱାଙ୍ଖଡ଼େ ଓ ଯାଚଂ ଅଧିକାରୀ ବିବି ସିଂ ତାଙ୍କୁ ପଚରାଉଚରା କରିଥିଲୋ । ତେବେ ଅଧିକାରୀ ଙ୍କ କହିବା ମୁତାବକ ଆଜି ମଧ୍ୟ ଅନନ୍ୟ।। ପାଣ୍ଡେ କୁ ପଚରାଉଚରା କରିବା ପାଇଁ ଏନସିବି ଅଫିସ୍ କୁ ଡ଼କାଯାଇଛି । ଯାହାଫଳରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ ।

Umasankar Adv
Leave A Reply

Your email address will not be published.