ଯୋଗେନ୍ଦ୍ର ଯାଦବଙ୍କ ଉପରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ଅକ୍ଟୋବର ୨୨ : ସଂଯୁକ୍ତ କିଷାନ ମୋର୍ଚ୍ଚା ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଯୋଗେନ୍ଦ୍ର ଯାଦବଙ୍କୁ ୧ ମାସ ପାଇଁ ନିଲମ୍ବିତ କରିଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୁହାଯାଉଥିଲା। ନିକଟରେ ଯୋଗେନ୍ଦ୍ର ଯାଦବ ମୃତକ ବିଜେପି କର୍ମୀ ଶୁଭମ ମିଶ୍ରାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ। ଏହି ସାକ୍ଷାତକାର ପରେ ଯେଗେନ୍ଦ୍ରଙ୍କୁ ଚାଷୀଙ୍କ ଦ୍ବାରା ବିରୋଧ ହେଉଥିଲା। 

gpkandhamal

ସୂଚନାଯୋଗ୍ୟ, ବିଜେପି କର୍ମୀ ଶୁଭମ ମିଶ୍ରାଙ୍କ ଲଖୀମପୁର ହିଂସା ସମୟରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ଯୋଗେନ୍ଦ୍ର ଯାଦବ ତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ ଏବଂ ସଂପୃକ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସେ ସୋସିଆଲ ମିଡିଆରେ ନିଜର ସାକ୍ଷାତକାର ନେଇ ଫଟୋ ମଧ୍ୟ ସେୟାର କରିଥିଲେ। ସେହି ସମୟରେ ଯୋଗେନ୍ଦ୍ର ଯାଦବ କହିଥିଲେ ଯେ, ସହିଦ ଚାଷୀ ଶ୍ରଦ୍ଧାଞ୍ଜଳି ସଭାରୁ ଫେରିବା ପରେ ବିଜେପି କର୍ମୀ ଶୁଭମ ମିଶ୍ରାଙ୍କ ଘର ଯାଇଥିଲି। ପରିବାର ଲୋକେ ଆମ ସହିତ ଭଲ କଥା ହୋଇଥିଲେ। କିନ୍ତୁ ଦୁଃଖ ମନରେ କଥା ହୋଇଥିଲେ। ସେମାନେ ପଚାରିଥିଲେ ଯେ, ଆମେ କ’ଣ ଚାଷୀ ନୋହୁଁ? ଆମର ପୁଅ କ’ଣ ଭୁଲ କରିଥିଲା? ଯେଗେନ୍ଦ୍ରଙ୍କ ଏହି ଟୁଇଟକୁ ନେଇ ତାଙ୍କୁ ନିଲମ୍ବିତ କରିବା ପାଇଁ ଦାବି ହୋଇଆସୁଥିଲା। 

Umasankar Adv
Leave A Reply

Your email address will not be published.