ଝିଅକୁ ଧରି ବାପଘରକୁ ଯିବାବେଳେ ଧକ୍କା ଦେଲା ପିକଅପ୍ ଭ୍ୟାନ୍

ଉଦଳା , ଅକ୍ଟୋବର ୨୨ : କପ୍ତିପଦା ଥାନା କାଲାଡାହି ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ ହୋଇଛି ଓ ଘଟଣାସ୍ଥଳରେ ଜଣେ ମହିଳା ମଧ୍ୟ ଗୁରୁତର ଆହାତ ହୋଇଯାଇଛନ୍ତି । ଆଜି ସକାଳେ  ଗୋଟିଏ ପରିବା ବୋଝେଇ କରି ଉଦଳା ଅଭିମୁଖେ ଆସୁଥିବା ଏକ ପିକଅପ୍ ଭ୍ୟାନ୍ କାଲାଡାହି ଛକ ନିକଟରେ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପିକଅପକୁ ଜବତ କରିବା ସହିତ ପିକଅପ୍ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ଅନ୍ୟପଟେ ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହକୁ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ପଠାଇବା ସହିତ ଗୁରୁତର ପୂଜାକୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

gpkandhamal

ଖଲାଡି ଗ୍ରାମରେ ରହୁଥିବା ପୂଜା ଦେହୁରୀ ନିଜ ୧୦ ବର୍ଷର ଝିଅ ଦେବକୀ ଦେହୁରୀକୁ ସାଙ୍ଗରେ ଧରି ନଣଦେଇ ବାବୁରାମ ବେହେରାଙ୍କ ସହିତ ବାଲେଶ୍ବର ଜିଲ୍ଲା ଛତ୍ରପୁର ଅଂଚଳ ତାଙ୍କ ବାପଘରକୁ ଯାଉଥିଲେ ଠିକ୍ ଏହି ସମୟରେ ଦୁର୍ଘଟଣା ଟି ଘଟିଯାଇଛି ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକ ବାବୁରାମ ଗାଡିରୁ ଛିଟିକି ପଡି ପୋଲ ତଳେ ପଡିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । 

Umasankar Adv
Leave A Reply

Your email address will not be published.