ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେର ଘର ତଳୁ ମିଳିଲା ମୋବାଇଲ୍ ଫୋନ୍ ଓ କିଛି ପୋଷାକ

ଭୁବନେଶ୍ୱର, ଅକ୍ଟୋବର ୨୨ : ମମିତା ମେହେର ହତ୍ୟା ମାମଲାରେ ପୋଲିସର ଛାନବିନ୍ ଜାରୀ ରହିଛି । ଯେତେ ଦିନ ଗଡ଼ୁଛି ସେତିକି ତଥ୍ୟ ସାମ୍ନାକୁ ଆସିଛି । ଆଜି ମଧ୍ୟ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ମୁଖ୍ୟ ସହଯୋଗୀ ରାଧେ ଘରୁ ମିଳିଛି କିଛି ଗୁରୁତ୍ୱ ପୁର୍ଣ୍ଣ ତଥ୍ୟ ।  ରାଧେର ସ୍ତ୍ରୀ ଆଶା ଚଣ୍ଡୀ ଠାରୁ ପୋଲିସ୍ କୁ ମିଳିଛି କିଛି ତଥ୍ୟ । ରାଧେର ଘର ଖଟ ତଳେ ଥିବା ବ୍ୟାଗ୍‌କୁ ଦେଇଛନ୍ତି ରାଧେ ର ସ୍ତ୍ରୀ । ଯାହା ସୁଚନା ମିଳିଛି ବ୍ୟାଗ୍ ରୁ ତିନି ହଳ ମହିଳା ଡ଼୍ରେସ୍ ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ ହୋଇଛି ।

gpkandhamal

ଏହା ସହିତ କିଛି େଓøଷଧ ଏବଂ ଫୋନ୍ ଚାର୍ଜର ମଧ୍ୟ ଜବତ ହୋଇଛି । ସେହି ମୋବାଇଲ୍ ଟି ମମିତାଙ୍କ ହୋଇଥିବା ସନ୍ଦେହ କରାଯାଉଛି । କିନ୍ତୁ ସେପଟେ ରାଧେ ଙ୍କ ସ୍ତ୍ରୀ କହିଛନ୍ତି ମୋ ସ୍ୱାମୀ ନିର୍ଦ୍ଦୋଷ, ଆମ ଘରେ ଯାହା ସୁରାଗ ଥିଲା ଦେଇଦେଲି । ମୋ ସ୍ୱାମୀକୁ ଦୟାକରି ଛାଡ଼ି ଦିଅନ୍ତୁ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଘନ ଘନ ଜେରା କରୁଛି ପୋଲିସ । ଘଟଣାରେ ଆଉ କାହାର ରହିଛି କି ସଂପୃକ୍ତି ? ହତ୍ୟାକାଣ୍ଡ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ? ସେନେଇ ମାରାଥନ ଜେରା କରୁଛି ପୋଲିସ ।

Umasankar Adv
Leave A Reply

Your email address will not be published.