କମୁଛି କରୋନା ଗ୍ରାଫ୍‌

ଭୁବନେଶ୍ୱର, ଅକ୍ଟୋବର ୨୨ : ରାଜ୍ୟରେ ପୂଜା ପରେ ସଂକ୍ରମଣ ମାମଲା ହ୍ରାସ ହେବାର ଲାଗିଛି । ଗତ ୨୪ ଘଣ୍ଟାରେ ୪୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜମହ୍‌କ ମୁଣ୍ଡ ନେଇଛି କରୋନା ମହାମାରୀ । ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩୦୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । 

gpkandhamal

ସେହିପରି ଆଜି ୩ ଜିଲ୍ଲାରୁ ୩ ଜଣଙ୍କ ମୁଣ୍ଡ ନେଇଛି କରୋନା । କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।  ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ମୋଟ ୧୦୩୭୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୭୪୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୪୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Umasankar Adv
Leave A Reply

Your email address will not be published.