ପୂଜା ପରେ କମୁଛି ସଂକ୍ରମଣ

ଭୁବନେଶ୍ୱର, ଅକ୍ଟୋବର ୨୨ : ରାଜ୍ୟରେ ପୂଜା ପରେ ସଂକ୍ରମଣ ମାମଲା ହ୍ରାସ ହେବାର ଲାଗିଛି । ଗତ ୨୪ ଘଣ୍ଟାରେ ୪୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୭୫୨୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୧୯୫ ଜଣ ଲୋକାଲ କେସ୍ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୮୬ ଜଣ ପଜିଟିଭ୍ ରହିଛନ୍ତି ।  ଅନୁଗୁଳରୁ ୪, ବାଲେଶ୍ୱରରୁ ୧୬, ବରଗଡରୁ ୧, ଭଦ୍ରକରୁ ୬, ବଲାଙ୍ଗୀରରୁ ୧, ବୌଦ୍ଧରୁ ୫, କଟକରୁ ୩୬, ଢେଙ୍କାନାଳରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧୩, ଯାଜପୁରରୁ ୮, ଝାରସୁଗୁଡାରୁ ୨, କେନ୍ଦ୍ରାପଡାରୁ ୯, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨୪୩, ମୟୂରଭଞ୍ଜରୁ ୧୦, ନବରଙ୍ଗପୁର ଜିଲ୍ଲାରେ ୧, ନୟାଗଡରୁ ୬, ପୁରୀରୁ ୫, ରାୟଗଡାରୁ ୧୩, ସମ୍ବଲପୁରରୁ ୧୪, ସୋନପୁରରୁ ୧, ସୁନ୍ଦରଗଡ ଜିଲ୍ଲାରୁ ୮ ଓ ଷ୍ଟେଟ ପୁଲରୁ ୫୭ ଜଣ ରହିଛନ୍ତି । 

gpkandhamal

ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ମୋଟ ୧୦୩୭୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୭୪୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୪୪୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Umasankar Adv
Leave A Reply

Your email address will not be published.