ଚୂଲି ଜଳାଇବା ବି ହେଲା ମହଙ୍ଗା

ନୂଆଦିଲ୍ଲୀ, ଅକ୍ଟୋବର ୨୩ :ସାଧାରଣ ଖାଉଟିଙ୍କ ଉପରେ ମହଙ୍ଗା ମାଡ । ଗ୍ୟାସ ଓ ଦେଲ ଖାଲି ବଢିଛି ସେତିକି ନୁହେଁ ଏହାରି ଭିତରେ ଚୂଳି ଜାଳି ରୋଷେଇ କରିବା ବି ମହଙ୍ଗା ହୋଇଛି । ଦିଆସିଲ ବାକ୍ସର ମୂଲ୍ୟ ବୃଦ୍ଧି ପାଇଛି । ପ୍ରାୟ ୧୪ ବର୍ଷ ପରେ ଦିଆସିଲର ଦର ବୃଦ୍ଧି ପାଇଛି । ଆସନ୍ତା ମାସରୁ ଅର୍ଥାତ୍ ଡିସେମ୍ବରରୁ ଦିଆସିଲ ବକ୍ସ ପିଛା ମୂଲ୍ୟ ୧ ଟଙ୍କା ବୃଦ୍ଧି ପାଇବ । 

gpkandhamal

ଏହି ବୃଦ୍ଧି ପରେ ମ୍ୟାଚ୍ ବକ୍ସର ମୂଲ୍ୟ ୨ ଟଙ୍କା ହେବ । ମୂଲ୍ୟ ବୃଦ୍ଧି ପାଇଁ ଅଲ୍ ଇଣ୍ଡିଆ ଚାମ୍ବର ଅଫ୍ ମ୍ୟାଚ୍ ନିଷ୍ପତ୍ତି ନେଇଛି । ତେବେ ବୈଠକରେ ୫ଟି ପ୍ରମୁଖ ମ୍ୟାଚ୍ ବକ୍ସ ଇଣ୍ଡଷ୍ଟ୍ରି ସଂସ୍ଥାର ପ୍ରତିନିଧିମାନେ ଜଡିତ ଥିଲେ । ଦିଆସିଲ ମୂଲ୍ୟ ବୃଦ୍ଧି କରିବାକୁ ସେମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି । ମ୍ୟାଚ୍ କରିବା ପାଇଁ ମୁଖ୍ୟତଃ ଲାଲ ଫସଫରସ୍‌, ମହମ, ବକ୍ସ ବୋର୍ଡ ଇତ୍ୟାଦିର ଆବଶ୍ୟକତା ରହିଛି । ତେବେ ସମସ୍ତ କଞ୍ଚାମାଲର ମୂଲ୍ୟ ବୃଦ୍ଧି ହୋଇଛି । ଏହି କାରଣ ଯୋଗୁଁ ଦିଆସିଲର ଦର ବୃଦ୍ଧି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଆସିଲ ମୂଲ୍ୟ ୧୪ ବର୍ଷ ପରେ ବୃଦ୍ଧି ହେବାକୁ ଯାଉଛି । ତେବେ ଶେଷ ଥର ପାଇଁ ୨୦୦୭ ମସିହାରେ ମ୍ୟାଚ୍ ମୂଲ୍ୟ ବୃଦ୍ଧି କରାଯାଇଥିଲା । ତାପରେ ମ୍ୟାଚ୍ ମୂଲ୍ୟ ୫୦ ପଇସା ବୃଦ୍ଧି କରାଯାଇଥିଲା । ଏହା ପରେ ମ୍ୟାଚ୍ ବକ୍ସର ମୂଲ୍ୟ ୧ ଟଙ୍କା ରହିଥିଲା ।  

Umasankar Adv
Leave A Reply

Your email address will not be published.