ଆସିଗଲା ମହାମୁକାବିଲାର ମୁହୂର୍ତ୍ତ; ପାକିସ୍ତାନ ସହ ଲଢ଼ିବ ଭାରତ

ଦୁବାଇ, ଅକ୍ଟୋବର ୨୪ : ବହୁ ପ୍ରତିକ୍ଷୀତ ମୁହୂର୍ତ୍ତ ପାଖେଇ ଆସିଛି। ଭାରତୀୟ ସମୟ ଅନୁସାରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଭାରତ ଟି-୨୦ ବିଶ୍ବକପର ଅନ୍ୟତମ ହାଇଭୋଲଟେଜ୍‌ ମୁକାବିଲାରେ ପାକିସ୍ତାନକୁ ଭେଟିବ। ଏଥି ସହିତ ବିରାଟ ବାହିନୀର ମିଶନ ଟି-୨୦ ବିଶ୍ବକପ୍‌ ଆରମ୍ଭ ହୋଇଯିବ। ଏହି ହାଇଭୋଲଟେଜ୍‌ ମ୍ୟାଚ ପାଇଁ ସମଗ୍ର ବିଶ୍ବବାସୀ ଅପେକ୍ଷା କରିଛନ୍ତି।  ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା  ଏହି ମ୍ୟାଚ ପାଇଁ ଭାରତୀୟ ଟିମ ନିଜର ପ୍ରସ୍ତୁତି ପୂରା କରିଛି। ୱାର୍ମ-ଅପ ମ୍ୟାଚରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ପାକିସ୍ତାନ ଟିମ ବାବର ଆଜମଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ।  ଯଦି ପାକିସ୍ତାନର କଥା କହିବା ୨ଟି ୱାର୍ମ-ଅପ ମ୍ୟାଚରୁ ଗୋଟିଏ ଜିତିଛି। ଅନ୍ୟ ମ୍ୟାଚଟି ହାରିଯାଇଥିଲା। ଦକ୍ଷିଣ ଆଫ୍ରିକାର ଟିମ ପାକିସ୍ତାନକୁ ପରାସ୍ତ କରିଥିଲା। କିନ୍ତୁ ପାକିସ୍ତାନ ଗୋଟିଏ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା। ହେଲେ ଏଠାରେ ଭାରତ ଓ ପାକିସ୍ତାନ ମ୍ୟାଚ କଥା ଯଦି କହିବା ତା’ହେଲେ ବିରାଟ ବାହିନୀକୁ ମୁକାବିଲା କରିବାକୁ ବାବର ଆଜମଙ୍କ ଟିମ ସେତେବେଶୀ ଶକ୍ତିଶାଳୀ ନଥିବା ଅନୁମାନ କରାଯାଉଛି।   

gpkandhamal

ଭାରତୀୟ ଟିମ: ରୋହିତ ଶର୍ମା, କେଏଲ୍‌ ରାହୁଲ, ବିରାଟ କୋହଲି (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ/ବରୁଣ ଚକ୍ରବର୍ତ୍ତୀ/ରାହୁଲ ଚହର, ଭୁବନେଶ୍ବର କୁମାର/ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମୀ, ଯଶପ୍ରୀତ ବୁମ୍‌ରା ପାକିସ୍ତାନ ଟିମ୍‌: ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ଉପଅଧିନାୟକ), ଫକର ଜମନ, ମହମ୍ମଦ ହାଫିଜ, ସୋଏବ ମଲ୍ଲିକ, ଆସିଫ ଅଲୀ, ଇମଦ ୱାସିମ, ସଦାବ ଖାନ୍‌, ହାସନ ଅଲ୍ଲୀ, ହାରି୍‌ସ ରୌଫ, ସାହିନ ସାହ ଆଫ୍ରିଦି 

Umasankar Adv
Leave A Reply

Your email address will not be published.