୩ ଦିନ ଭିତରେ ତୁର୍କୀ ଛାଡ଼ିବେ ଆମେରିକା, ଫ୍ରାନ୍ସ ସମେତ କାନାଡାର ରାଜଦୂତ

ଇସ୍ତାନବୁଲ, ଅକ୍ଟୋବର ୨୪ : ତୁର୍କୀ ଘରୋଇ ମାମଲାରେ ହସ୍ତକ୍ଷେପ ଦେବା ମାମଲାକୁ ନେଇ ଆମେରିକା, ଫ୍ରାନ୍ସ ଓ କାନାଡା ସମେତ ୧୦ଟି ଦେଶର ରାଜଦୂତଙ୍କୁ ନିଜ ଦେଶରୁ ବାହାର କରିଛି। ତୁକୀର ବିଦେଶ ମନ୍ତ୍ରାଳୟ ଏହି ଦେଶଗୁଡ଼ିକର ରାଜଦୂତଙ୍କୁ ପରସେନା ନନ ଗ୍ରୋଟା ଘୋଷିତ କରିଛି। ଏହାର ଅର୍ଥ ରାଜଦୂତ ତୁର୍କୀ ପାଇଁ ଏବେ ଅବାଂଛିତ ବ୍ୟକ୍ତି ହୋଇଯାଇଛନ୍ତି।  କାନାଡା, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ନରୱେ, ସୁଇଡେନ, ପାଲେଷ୍ଟାଇନ, ନ୍ୟୁଜିଲାଣ୍ଡ ଓ ସଂଯୁକ୍ତ ରାଷ୍ଟ୍ର ଆମେରିକାର ରାଜଦୂତମାନେ ୪୮ରୁ ୭୨ ଘଣ୍ଟା ମଧ୍ୟରେ ତୁର୍କୀ ସୀମାରୁ ବାହାରି ଯିବାକୁ ହେବ। ସାଧାରଣତଃ କୌଣସି ଦେଶ ରାଜଦୂତଙ୍କୁ ନୁହେଁ, ବରଂ ଅନ୍ୟ କୁଟନୀତିଜ୍ଞଙ୍କୁ ବାହାର କରିଦେଇଥାଏ। 

gpkandhamal

ତୁର୍କୀର ରାଷ୍ଟ୍ରପତି ରେସେପ ଏର୍ଦୋଗନ ଶନିବାର କହିଛନ୍ତି ଯେ, ସେ ବିଦେଶ ମନ୍ତ୍ରାଳୟ ସାମାଜିକ କର୍ମୀ ଉସମାନ କବଲାଙ୍କ ମୁକ୍ତିର ସମର୍ଥନ କରୁଥିବା ପାଶ୍ଚ୍ୟାତ ଦେଶର ୧୦ ଜଣ କୁଟନୀତଜିଜ୍ଞଙ୍କୁ ବାହାର କରିବା ପାଇଁ ଆଦେଶ ଦେଇଛନ୍ତି। କବଲା ୪ ବର୍ଷ ହେବ ଜେଲରେ ଅଛନ୍ତି। ତାଙ୍କରି ଉପରେ ୨୦୧୩ରେ ଦେଶବ୍ୟାପୀ ବିରୋଧୀ ପ୍ରଦର୍ଶନ ହୋଇଥିଲା। ତାଙ୍କ ନାଁରେ ବେଆଇନ ଅର୍ଥଯୋଗାଣ ଅଭିଯୋଗ ରହିଛି। 

Umasankar Adv
Leave A Reply

Your email address will not be published.