ଆଠ ଦିନର ପ୍ରେମ ବିବାହ ୯ ଦିନରେ ଶେଷ, ପତ୍ନୀଙ୍କୁ ଛୁରୀଭୁଶି ହତ୍ୟା

ନୂଆଦିଲ୍ଲୀ, ଅକ୍ଟୋବର ୨୪ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଳୀର ବୁରାଡ଼ି ଅଂଚଳରେ ଶନିବାର ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି, ଯିଏକି ଆଠ ଦିନ ପୂର୍ବରୁ ବିବାହ କରିଥିଲେ। ଭିନ୍ନ ଭିନ୍ନ ଜାତିର ଯୁବକ-ଯୁବତୀ ଦୀର୍ଘ ଦିନର ପ୍ରେମ ସଂପର୍କ ପରେ ଗଢ଼ି ଉଠିବା ପରେ ଗତ ଅକ୍ଟୋବର ୧୪ ତାରିଖରେ କୋର୍ଟରେ ବିବାହ କରିଥିଲେ। ହାତରୁ ମେହେନ୍ଦୀ ଛାଡ଼ି ନଥିଲା। ଶନିବାର ଅଭିଯୁକ୍ତ ସ୍ବାମୀ ଏକ ଛୁରୀରେ ସ୍ତ୍ରୀଙ୍କୁ ବାରମ୍ବାର ଭୁଶି ଚାଲିଥିଲା। ଘଟଣା ପରେ ଫେରାର ହୋଇଯାଇଥିଲା। ମାତ୍ର ଅଭିଯୁକ୍ତ ସ୍ବାମୀ ୨୧ ବର୍ଷୀୟ ମହମ୍ମଦ ଆଜାଦକୁ ପୋଲିସ ଗିରଫ କରିଛି।  ପୋଲିସ କହିବା ଅନୁସାରେ ଶନିବାର ପୂର୍ବାହ୍ନ ୯ଟା ୫୫ରେ ପିସିଆରକୁ ଏକ କଲ ଆସିଥିଲା। କୀର୍ତ୍ତିଙ୍କ ଭାଇ ଭୋଳା ନାମରେ ଜଣେ ଯୁବକ ଫୋନ୍‌ କରି ପୋଲିସକୁ କହିଥିଲେ ଯେ, ତାଙ୍କର ଭଉଣୀଙ୍କୁ ପଶ୍ଚିମ କମଲ ବିହାର, ୧୦ ନମ୍ବର ଗଳିରେ ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ଫେରାର ହୋଇଯାଇଛି। ସୂଚନା ମିଳିବା ପରେ ପୋଲିସ ବିଳମ୍ବ ନକରି ଘଟଣାସ୍ଥଳକୁ ପହଂଚିଥିଲା। ଘଟଣାସ୍ଥଳରୁ ପୋଲିସ ୧୯ ବର୍ଷୀୟ କୀର୍ତ୍ତିର ମୃତଦେହ ଉଦ୍ଧାର କରିଥିଲା। 

gpkandhamal

ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଲା ଯେ, କୀର୍ତ୍ତି ହେଉଛି ଉତ୍ତର ପ୍ରଦେଶର ମୂଳ ନିବାସୀ। ରାଧା ବିହାର, ଲେବର ଛକ ନିକଟରେ ରହୁଥିଲେ। ଏହାରି ମଧ୍ୟରେ ସେ ମହମ୍ମଦ ଆଜାଦର ପ୍ରେମ ଫାଶରେ ପଡ଼ିଯାଇଥିଲେ। ମହମ୍ମଦ ଆଜାଦ ମଧ୍ୟ ଉତ୍ତର ପ୍ରଦେଶର ବିଜନୌରରୁ ଆସି ଦିଲ୍ଲୀରେ ଗାଡ଼ ଚଳାଉଥିଲା। ସେ ନନ୍ଦ ନଗରୀରେ ରହୁଥିଲା।

Umasankar Adv
Leave A Reply

Your email address will not be published.