ବ୍ରାଉନସୁଗାର ଚୋରା ଚାଲାଣର ମହିଳା ମାଷ୍ଟର ମାଇଣ୍ଡ ଟୁନି ନାୟକ ଗିରଫ୍‌

ଭଦ୍ରକ୍‌, ଅକ୍ଟୋବର ୨୩ : ରାଜ୍ୟରେ ବ୍ରାଉନସୁଗାର ବ୍ୟବସାୟର ଚେର ଧିରେ ଧିରେ ମାଡି ଚାଲିଛି । ଏମିତି କି ଏବେ ଏହି ବ୍ୟବସାୟରେ ମହିଳା ମାନେ ମଧ୍ୟ ନିଜର ସାମ୍ରାଜ୍ୟ ବିସ୍ତାର କରିବା ଆରମ୍ଭ କରିଛନ୍ତି । ଆଜି ସେଭଳି ଜଣେ ମହିଳା ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ଭଦ୍ରକ୍ ପୋଲିସ୍ । ପୁରା ଓଡ଼ିଶାରେ ମହିଳା ଜଣଙ୍କ ନିଜ ଧଳାଜହର ବ୍ୟବସାୟ ଚଳାଇଥିବା ବେଳେ ଦୀର୍ଘ ଦିନରୁ ତାଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇ ଆସୁଥିଲା ପୋଲିସ୍ । ସୂଚନା ଅନୂସାରେ ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥର ରେଳ ଓଭରବ୍ରିଜ୍ ନିକଟରେ ପୂର୍ବରୁ ଛପି ରହିଥିବା ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଏକ ବ୍ରାଉନ ସୁଗାର ଚୋରା ଚାଲାଣ ଟିମକୁ ଧରିଥିଲା ।

gpkandhamal

ଚଢାଉ ବେଳେ ୩୧୬ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ଜଣେ ମହିଳା ଓ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ହୋଇଥିବା ବ୍ରାଉନ ସୁଗାର ଚୋରା କାରବାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚର ଟୁନି ନାୟକ ବୋଲି ଜଣାପଡିଛି । ଏମାନଙ୍କ ନିକଟରୁ ୩୧୬ ଗ୍ରାମ ବ୍ରାଉନସୁଗାର ସହିତ ଗୋଟିଏ ମୋଟର ସାଇକେଲ, ୩ଟି ମୋବାଇଲ ଫୋନ୍ ଓ କିଛି ଖାଲି ପୁଡିଆ ପୋଲିସ୍ ଦ୍ୱାରା ଜବତ୍ କରାଯାଇଥିବା ସୂଚନା ମିଳିଛି ।

Umasankar Adv
Leave A Reply

Your email address will not be published.