ଟି-୨୦ ବିଶ୍ୱକପ୍ ଉଦଘାଟନୀ ମ୍ୟାଚରେ ବାଜି ମାରିଲା ଅଷ୍ଟ୍ରେଲିଆ

ଆବୁଧାବି, ଅକ୍ଟୋବର 24 : ଆଜି ଟି-୨୦ ବିଶ୍ୱକପ୍ ର ଉଦଘାଟନୀ ମ୍ୟାଚ୍ ରହିଥିଲା । ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ପ୍ରଥମେ ବ୍ୟାଟିଂ କରି ୧୧୯ ରନ୍ ଟାର୍ଗେଟ ଦେଇଥିଲା ଦକ୍ଷିଣ ଆଫ୍ରିକା । ଆବୁଧାବିରେ ଖେଳା ଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମରୁ ଭଲ ପ୍ରଦର୍ଶନ ଆରମ୍ଭ କରିଥିଲା । ମାତ୍ର ୫ ୱିକେଟ୍ ୧୯ ଓଭର ରେ ୧୧୯ ରନ୍ କରି ବିଜୟ ହୋଇଛି ଅଷ୍ଟ୍ରେଲିଆ । ବିଶ୍ୱକପ୍ ଆରମ୍ଭରେ ହିଁ ସୁପର ଓଭର ଦେଖିବାକୁ ମିଳିଛି ।  ନିଜର ପ୍ରଥମ ଟି -୨୦ ଟାଇଟଲ୍ ଖୋଜୁଥିବା ଅଷ୍ଟ୍ରେଲିଆ ବାଂଲାଦେଶ, ୱେଷ୍ଟଇଣ୍ଡିଜ୍‌, ନ୍ୟୁଜିଲ୍ୟାଣ୍ଡ, ଭାରତ ଏବଂ ଇଂଲଣ୍ଡକୁ ଦ୍ୱିପାକ୍ଷିକ ସିରିଜ୍ ହରାଇ ଏକ ଭୟଙ୍କର ରନ୍ ପଛରେ ଟୁର୍ନାମେଣ୍ଟରେ ପ୍ରବେଶ କରିଥିଲା ।

gpkandhamal

ପୂର୍ବରୁ ତିନି ତିନି ଥର ବିଜୟୀ ହୋଇଥିବା ଦକ୍ଷିଣ ଆଫ୍ରିକା କୁ ହରାଇ ବିଜୟ ହେବା ଅଷ୍ଟ୍ରେଲିଆ ବଡ଼ ଚ୍ୟାଲେଞ୍ଜି ରହିଥିଲା ।ପ୍ରଥମ ଦୁଇଟି ଓଭରରେ ହିଁ ଦୁଇଟି ୱିକେଟ୍ ହରାଇଥିଲା ଅଷ୍ଟ୍ରେଲିଆ ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଯାଉଥିବା ଅନୁମାନ କରାଯାଉଥିବା ବେଳେ ପୁଣି ନିଜ ସପକ୍ଷରେ ମ୍ୟାଚ ଆଣିବାକୁ ରଣନୀତି ବଦଳାଇ ଥିଲେ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ।

Umasankar Adv
Leave A Reply

Your email address will not be published.