ପୁଞ୍ଛ ଏନକାଉଣ୍ଟର ସ୍ଥଳୀରୁ ବିସ୍ଫୋରକ ସାମଗ୍ରୀ ଜବତ

ଶ୍ରୀନଗର, ଅକ୍ଟୋବର ୨୪ : ଜମୁ କଶ୍ମୀରରେ ସେନାର ଯବାନମାନେ ଆତଙ୍କବାଦୀଙ୍କ ଉପରେ ଏନକାଉଣ୍ଟର ଜାରି ରଖିଛନ୍ତି। ଘାଟୀରେ ଆତଙ୍କବାଦୀଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ସୁରକ୍ଷାବଳ ଯଥା ସମ୍ଭବ ଉଦ୍ୟମ ଜାରି ରଖିଛନ୍ତି। ଏହାରି ମଧ୍ୟରେ ପୁଞ୍ଛରେ ସେନାର ଯବାନମାନେ ପୁଣି ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ସୁରକ୍ଷା ବାହିନୀ ଏହାକୁ ନିଷ୍କ୍ରିୟ କରିଥିବା ଜଣାଯାଇଛି।  ଏହା ପୂର୍ବରୁ ଏନକାଉଣ୍ଟର ସ୍ଥଳୀ ଭାଟା ଧୂରିଆରୁ ୨ଟି ବିସ୍ଫୋରକ ଜିନିଷ ଜବତ କରିଥିଲେ। ଏନକାଉଣ୍ଟର ପରେ ସେନା ସେଠାରେ ସର୍ଚ୍ଚଅପରେଶନ ଜାରି ରଖିଥିବା ବେଳେ ଏହା ମିଳିଥିଲା। ଶନିବାର ସେନା ସର୍ଚ୍ଚ ଅପରେଶନ ଆଗକୁ ବଢ଼ାଇଥିଲା। ଏହି ସମୟରେ ପୁଣି ବିସ୍ଫୋରକ ସାମଗ୍ରୀ ମିଳିଥିଲା। ଏହାକୁ ନିଷ୍କ୍ରିୟ କରିଦିଆଯାଇଛି। 

gpkandhamal

ସେନାର ଯବାନମାନେ ରାଜୌରୀ ଅଂଚଳରେ ମଧ୍ୟ ୫୯୧ ବୁଲେଟ୍ସ ପାଇଛନ୍ତି। ଗୁରଦନ ବାଲାର ଜଙ୍ଗଲରୁ ଏଗୁଡ଼ିକୁ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ, ଚଳିତ ମାସରେ ଆତଙ୍କବାଦୀମାନେ ଅଣକଶ୍ମୀର ନାଗରିକଙ୍କୁ ଟାର୍ଗେଟ କରିଛନ୍ତି। ବିଶେଷ ଭାବରେ ଏଥିରେ ଅଧିକାଂଶ ଶିକାର ହୋଇଛନ୍ତି ଉତ୍ତରପ୍ରଦେଶ ଓ ବିହାରର ଶ୍ରମିକମାନେ। 

Umasankar Adv
Leave A Reply

Your email address will not be published.