ପୁଣି ଅନନ୍ୟାଙ୍କୁ ଜେରା

ମୁମ୍ବାଇ,ଅକ୍ଟୋବର 25 : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ତୃତୀୟ ପର‌୍ୟ୍ୟାୟ ଜେରା ପାଇଁ ଆଜି ପୁଣି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫିସ୍‌ରେ ହାଜର ହେବେ ବଲିଉଡ ଅଭିନେତା ଅନନ୍ୟା ପାଣ୍ଡେ । ଗତ ଶୁକ୍ରବାର ଦିନ ମଧ୍ୟ ଅନନ୍ୟାଙ୍କୁ ଚାରି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଗତ ଗୁରୁବାର ଦିନ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର‌୍ୟ୍ୟନ ଖାନ ଏବଂ ଅନ୍ୟମାନେ ଏଜେନ୍ସିର ଯାଞ୍ଚ ସମୟରେ ହ୍ବାଟ୍‌ସ ଆପ୍ ଚାଟରେ ତାଙ୍କ ନାମ ବାହାରିବା ପରେ ଏନସିବି ଅନନ୍ୟାଙ୍କୁ ଜେରା କରିଥିଲା।

gpkandhamal

ବୁଧବାର ଦିନ, ଏନସିବି ମୁମ୍ବାଇର ବାନ୍ଦ୍ରାସ୍ଥିତ ଅନନ୍ୟାଙ୍କ ଘରେ ଚଢଉ କରି ତାଙ୍କ ବୟାନ ରେକର୍ଡ କରିବା ପାଇଁ ହାଜର ହେବାକୁ ସମନ କରିଥିଲା। ଏହି ଚଢଉରେ ଏନସିବି ଅଧିକାରୀମାନେ ତାଙ୍କ ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ଜବତ କରିଥିବା ଜଣାପଡ଼ିଛି।

Umasankar Adv
Leave A Reply

Your email address will not be published.