ଆଜିଠୁ ସ୍କୁଲ ଯିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ବର, ଅକ୍ଟୋବର 25 : ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଠାରୁ ଶ୍ରେଣୀ ଗୃହରେ ବସି ପାଠ ପଢିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ନବମ , ଦଶମ ପରେ ଆଜିଠୁ ଖୋଲୁଛି ଅଷ୍ଟମ ଶ୍ରେଣୀ । ତେବେ ଏହିପରି ଭାବେ ଧିରେ ଧିରେ ଅନ୍ୟ କ୍ଲାସ୍ ଖୋଲିବ ବୋଲି ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସୁଚନା ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି କୋଭିଡ଼୍ ର ସମସ୍ତ ଗାଇଡ଼ଲାଇନ୍ ପାଳନ କରିବା ସହ ଅଭିଭାବକଙ୍କ ଅନୁମତି ଆଣିବା ବାଧ୍ୟତାମୁଳକ କରାଯାଇଛି । ଏହା ସହିତ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ ସହ ହାତ ସାନିଟାଇଜ କରିବା ପାଇଁ ସ୍କୁଲ୍‌ରେ ସମସ୍ତ ବ୍ୟବସ୍ଥା କରାଯାଇଛି ।ସକାଳ ୯ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ ଅଷ୍ଟମ କ୍ଲାସ। କେବଳ ସେତିକି ନୁହେଁ ବସିବା ସ୍ଥାନ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ଦୂରତା ରଖିବା,ସ୍କୁଲରେ ଆଇସୋଲେସନ ରୁମ ମଧ୍ୟ ଖୋଲାଯାଇଛି । ଅନଲାଇନ ବଦଳରେ ଏଣିକି ଶ୍ରେଣୀ ଗୃହରେ ବସି ପାଠ ପଢିବେ ଛାତ୍ରଛାତ୍ରୀ । ଏତେ ଦିନ ପରେ ସ୍କୁଲ ଖୋଲୁଥିବାରୁ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । 

gpkandhamal

ସ୍କୁଲରେ ଅଷ୍ଟମ ପିଲାଙ୍କୁ ଦିଆଯିବନି ମଧ୍ୟାହ୍ନ ଭୋଜନ। ବିଦ୍ୟାଳୟ ଖୋଲିବାର ପ୍ରଥମ ଦୁଇଦିନରେ ପିଲାଙ୍କ ମଧ୍ୟରେ ଆଲୋଚନା, ତର୍କ ପ୍ରତିଯୋଗିତା, ସଙ୍ଗୀତଗାନ, ଚିତ୍ରାଙ୍କନ, ମାଟି କାମ ଆଦି କରାଯିବା। 

Umasankar Adv
Leave A Reply

Your email address will not be published.