ଧବଳେଶ୍ୱର ପୀଠରେ ଜାରୀ ହେଲା ୧୪୪ ଧାରା

ଆଠଗଡ,ଅକ୍ଟୋବର 25 : ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ଆଜିର ଏହି ଶୁଭଦିନରେ କାହିଁ କେତେ ଆଡ଼ୁ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠକୁ ଭକ୍ତଙ୍କ ଛୁଟି ଥାଏ । ହେଲେ କରୋନା ମହାମାରୀ ପାଇଁ ଚଳିତ ବର୍ଷ କାର୍ତ୍ତିକ ପ୍ରଥମ ସୋମବାରରେ ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେନି ଭକ୍ତ ।

gpkandhamal

ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖି ଆଗରେ ରଖି ସମସ୍ତ କାର୍ତ୍ତିକ ବ୍ରତଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପୀଠକୁ ନ ଆସିବାକୁ ବାରଣ କରାଯାଇଛି । ତେଣୁ ପ୍ରଶାସନ ପକ୍ଷରୁ ଭିଡ଼କୁ ଦୃଷ୍ଟିରେ ରଖି ପୀଠରେ ୧୪୪ଧାରା ଜାରୀ କରାଯାଇଛି । ଫଳରେ ମନ୍ଦିର ସମ୍ପୁର୍ଣ୍ଣ ଭକ୍ତ ଶୂନ୍ୟ ହୋଇପଡ଼ିଛି । କେବଳ ସେବାୟତଙ୍କୁ ନେଇ ଠାକୁରଙ୍କ ରୀତିକାନ୍ତି ସମ୍ପର୍ଣ୍ଣ କରାଯାଉଛି । ଭୋର ୪ଟାରୁ ରାତି ୧୦ଟା ପର‌୍ୟ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କ ସୂଚନା ।  

Umasankar Adv
Leave A Reply

Your email address will not be published.